ରାଜ୍ୟରେ କାଲିଠାରୁ ଚାଲିବ ଘରୋଇ ବସ୍, ସୂଚନା ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ କାଲିଠାରୁ ଚାଲିବ ଘରୋଇ ବସ୍ । ଆସନ୍ତା କାଲିଠାରୁ ରାଜ୍ୟରେ ଘରୋଇ ବସ୍‌ ଗଡ଼ିବ ବୋଲି ବୁଧବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ତେବେ ଏନେଇ ଘରୋଇ ମାଲିକ ସଂଘ ସହ ଆଲୋଚନ କରାଯାଇଥିଲା ଏବଂ ଆଜି ଘରୋଇ ବସ୍‌ ମାଲିକ ସଂଘର ବୈଠକରେ ଆସନ୍ତାକାଲି ଠାରୁ ବସ୍‌ ଚାଳଚଳ କରିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ପ୍ରଥମେ ଡ୍ରାଇଭର ଓ ଯାତ୍ରୀମାନଙ୍କର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା । ରାଜ୍ୟ ସରକାର ଟ୍ୟାକ୍ସ ନେଇ ପ୍ରଥମେ ନିଷ୍ପତ୍ତି ନେବେ । ଓଡ଼ିଶାରେ ୧୪ ହଜାର ବସ୍‌ ରହିଛି । ସେହିପରି ୮ ହଜାର ମାଲିକ ଅଛନ୍ତି । ୬୦ ହଜାର ବସ କର୍ମଚାରୀଙ୍କ ପାଇଁ ବୀମା କରାଯାଉ। ସେହିଭଳି ବ୍ୟାଙ୍କ ଋଣ ୬ ମାସ ପାଇଁ ଛାଡ଼ କରାଯାଉ । ଏ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ ବୋଲି ଘରୋଇ ବସ୍‌ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ରାଜ୍ୟରେ ସାଧାରଣ ପରିବହନ ସେବା ପ୍ରଭାବିତ ହୋଇଛି । ରାଜ୍ୟ ସରକାର କୋଭିଡ-୧୯ ଗାଇଡଲାଇନ ଅନୁସାରେ ଯଦିଓ ପରିବହନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି, ତଥାପି ଘରୋଇ ବସ ମାଲିକମାନେ ଏହାକୁ ନେଇ କିଛି ଦାବି ଉଠାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.