Below header

ଘରକୁ ଫେରି ପାରିଲେନି, ଅଧାବାଟରେ ଚାଲିଗଲା ପ୍ରବାସୀ ଶ୍ରମିକଙ୍କ ଜୀବନ

କେନ୍ୟୁଜ: ଘରକୁ ଫେରି ପାରିଲେନି । ଅଧାବାଟରେ ଚାଲିଗଲା ପ୍ରବାସୀ ଶ୍ରମିକଙ୍କ ଜୀବନ । ମୁମ୍ବାଇରୁ ଫେରିବା ବାଟରେ ବଙ୍ଗୀୟ ଯୁବକ ଶେଖ ଜାମେରୁଲ ଇସଲାମଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇରେ ଏକ କଂପାନୀର କାମ କରୁଥିଲେ ଶେଖ ଜାମେରୁଲ । ଲକଡାଉନ ଯୋଗୁ କଂପାନୀ ବନ୍ଦ ହୋଇଯିବାରୁ ସେ ନାନା ଅଭାବ ଅସୁବିଧା ମଧ୍ୟରେ ଥିଲେ ।

ଗତ ୨୩ ତାରିଖରେ ଶେଖ ଜାମେରୁଲଙ୍କ ସମେତ ପଶ୍ଚିମବଙ୍ଗର ୧୪ ଜଣ ଶ୍ରମିକ ମୁମ୍ବାଇରୁ କୋଲକାତା ଅଭିମୁଖେ ବାହାରିଥିଲେ । ରାସ୍ତାରେ ବିଭିନ୍ନ ଗାଡ଼ିକୁ ଲିଫ୍ଟ ମାଗି ପହଞ୍ଚିଥିଲେ ରାୟପୁରରେ । ଏହାପରେ ଓଡ଼ିଶାରେ ପ୍ରବେଶ କରି ଏକ ବସ୍‌ରେ ସୁବର୍ଣ୍ଣପୁର ଯାଏ ଆସିିଥିଲେ । ସେଠାରୁ ୩ କିଲୋମିଟର ବାଟ ଚାଲିବା ପରେ ଶେଖ ଜାମେରୁଲ ହଠାତ ଅଚେତ ହୋଇ ପଡ଼ିଯାଇଥିଲେ । ପୋଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.