Below header

Facebook ଲଞ୍ଚ କଲା ନୂଆ ଭିଡିଓ କଲିଙ୍ଗ ଆପ CatchUp, ଗୁଗୁଲ ମିଟ ଓ ଜୁମ ଆପକୁ ଦେବ କଡା ଟକ୍କର

ବିଶ୍ୱର ସର୍ବାଧିକ ଲୋକପ୍ରିୟ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ନିଜ ୟୁଜର୍ସ ମାନଙ୍କ ସୁବିଧା ପାଇଁ ଏକ ନୂଆ ଭିଡିଓ କଲିଙ୍ଗ ଆପ “କ୍ୟାଚ ଅପ” ଲଞ୍ଚ କରିଛି । ଏହି ଆପ ଜରିଆରେ ଏକା ସାଥିରେ ୮ ଜଣ ୟୁଜର୍ସଙ୍କ ସହ ଭିଡିଓ କଲ କରାଯାଇପାରିବ । ସବୁଠୁ ଖାସ କଥା ହେଉଛି, ଏହି ଆପ ୟୁଜର୍ସଙ୍କୁ ପ୍ରଥମରୁ ହିଁ ଅନ୍ୟ ୟୁଜର୍ସ ମାନେ ଭିଡିଓ କଲ କରୁଛନ୍ତିକି ନାହିଁ, ସେ ନେଇ ସୂଚନା ଦେଇଦେବ । ଆଉ ଏହି ଆପ ଲଗ ଇନ କରିବା ପାଇଁ ଫେସବୁକରେ ଆକାଉଣ୍ଟ ଥିବା ଆବଶ୍ୟକ ନାହିଁ | ଏହାବାଦ ଏହି ଆପ ୟୁଜର୍ସଙ୍କ କଲକୁ ମର୍ଜ କରିଦେବାର ସୁବିଧା ମଧ୍ୟ ଦେଉଛି । ଭିଡିଓ କଲ କରିବା ପାଇଁ ୟୁଜର୍ସ ପ୍ରଥମେ ଆପ ଓପନ କରିବେ । ଏହା ପରେ କ୍ରିଏଟ କଲ ଅପସନକୁ ଯାଇ ନିଜ କନେକଟ ଲିଷ୍ଟରେ ଅନ୍ୟ ୟୁଜର୍ସ ମାନଙ୍କୁ ଚୟନ କରିବେ ।

ଏହା ପରେ କ୍ରିଏଟ କଲ ଉପରେ କ୍ଲିକ କରି ଭିଡିଓ କଲ କରି ପାରିବେ । କହିରଖିବା ଉଚିତ ହେବକି, ଏହି ଆପ ଟିକୁ କମ୍ପାନୀର ଏନପିଇ କମ୍ପାନୀ ହିଁ ନିର୍ମାଣ କରିଛି । ଆମେରିକାରେ ଏହି ଆପର ଟେଷ୍ଟିଙ୍ଗ ଚାଲୁ ରହିଛି । କହିରଖିବା ଉଚିତ ହେବକି, ଗତ ମାସରେ ହିଁ ଫେସବୁକ ମେସେଞ୍ଜର ରୁମସ ଫିଚରକୁ ଲାଇଭ କରିଥିଲା । ଯାହା ସାହାଯ୍ୟରେ ଏକା ସାଙ୍ଗରେ ୫୦ ଜଣଙ୍କ ସହ ଭିଡିଓ କନଫରେନ୍ସ କରା ଯାଇପାରିବ । ଏହି ମେସେଞ୍ଜରକୁ କମ୍ପାନୀ ଏପ୍ରିଲ ମାସରେ ହିଁ ଲଞ୍ଚ କରିଥିଲା । ଏହାକୁ ମଧ୍ୟ ସବୁ ୟୁଜର ବ୍ୟବହାର କରିବାର ସୁବିଧା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.