ଅଶ୍ୱିନୀଙ୍କ ସହ ଲାଇଭ୍‌ ଚାଟ୍‌ ବେଳେ ଶିଖର ଧଓ୍ଵନ୍‌ କହିଲେ, ‘ମୁରଲୀ ବିଜୟ ମୋ ସ୍ତ୍ରୀ ଭଳିଆ’…ଦେଖନ୍ତୁ ଭିଡିଓ

କ୍ରିକେଟର ଶିଖର ଧଓ୍ଵନ୍‌ ଅଶ୍ୱିନ୍‌ଙ୍କ ସହ ଲାଇଭ୍‌ ଚାଟ୍‌ରେ ସାଥୀ କ୍ରିକେଟର ମୁରଲୀ ବିଜୟଙ୍କ ସହ ନିଜ କେମେଷ୍ଟ୍ରିକୁ ନେଇ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଧଓ୍ଵନ୍‌ ମୁରଲୀଙ୍କୁ ନିଜ ସ୍ତ୍ରୀ ଭଳିଆ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଧଓ୍ଵନ୍‌ ଯେତେବେଳେ ନିଜ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ବିଜୟ ସେତେବେଳେ ତାଙ୍କ ସହ ସାଥୀ ବ୍ୟାଟ୍ସମ୍ୟାନ୍‌ ଭାବେ କାମ କରୁଥିଲେ। ଅଶ୍ୱିନୀଙ୍କ ସହ ଲାଇଭ ଚାଟ୍‌ ବେଳେ ଧଓ୍ଵନ୍‌ କହିଛନ୍ତି ଯେ ‘ବିଜୟ ଜଣେ ଭଲ କ୍ରିକେଟର ଓ ପୂରା ମୋ ସ୍ତ୍ରୀ ଭଳିଆ ବ୍ୟବହାର କରିଥାନ୍ତି। ତାଙ୍କ ସହ ମୋର ପ୍ରବଳ ଯୁକ୍ତିତର୍କ ହେଉଥିଲେ ମଧ୍ୟ ଆମେ ଖୁବ୍‌ଶୀଘ୍ର ତାହାକୁ ସମାଧାନ କରିଥାଉ। ମୁଁ ତାଙ୍କ ମୋ ସ୍ତ୍ରୀ ବୋଲି କହିବି। ଉଭୟ ପଡ଼ିଆ ଭିତରେ ଓ ବାହାରେ ସେ ଜଣେ ଭଲ ମଣିଷ’।

ପ୍ରକାଶ ଯେ ଧଓ୍ଵନ୍‌ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଖୁବ ସୁନ୍ଦର ପ୍ରଦର୍ଶନ କରି ୧୮୭ ରନ୍‌ ବନାଇଥିଲେ। ତାଙ୍କ ସହ ସେତେବେଳେ ମୁରଲୀ ବିଜୟ ବ୍ୟାଟିଂ କରୁଥିଲେ। ସେହି ମ୍ୟାଚ୍‌ରେ ମୁରଲୀ ୧୫୩ ରନ୍‌ କରିଥିଲେ। ୨୦୧୩ ମସିହାରେ ଧଓ୍ଵନ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ମୋହାଲିରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଉକ୍ତ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଧଓ୍ଵନ୍‌ ଓ ବିଜୟ ମୋଟ ୨୪ଟି ଟେଷ୍ଟ ମ୍ୟାଚ୍‌ରେ ଓପନର ବ୍ୟାଟ୍ସମ୍ୟାନ୍‌ଭାବେ ଖେଳିଛନ୍ତି।

I tell Murali Vijay he is like my wife, we have arguments but they ...

ଲାଇଭ୍‌ ଚାଟ୍‌ ବେଳେ କ୍ରିକେଟରୁ ଅବସର ନେବା ପରେ ଧଓ୍ଵନ୍‌ କ’ଣ କରିବେ ସେନେଇ ମଧ୍ୟ ଖୁଲାସା କରିଥିଲେ। ଧଓ୍ଵନ୍‌ କହିଥିଲେ ଯେ ମୋ ସେନ୍ସ ଅଫ୍‌ ହ୍ୟୁମର ଖୁବ୍‌ ଭଲ। ମୋତେ ଲାଗୁଛି ମୁଁ ଅବସର ପରେ କମେଣ୍ଟ୍ରି କରିବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.