କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିରୋଧରେ ତେଜୁଛି ପ୍ରତିବାଦର ସ୍ୱର, କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ଓଏଏସ୍‌ ସଂଘ

ବାରିପଦ(କେନ୍ଯୁଜ୍): କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିରୋଧରେ ତେଜୁଛି ପ୍ରତିବାଦର ସ୍ୱର । ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଗାଳିଗୁଲଜ କରିବା ନେଇ ଅଭିଯୋଗ । ଏହାକୁ ନିନ୍ଦା କରିବା ସହ କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ଓଏଏସ୍‌ ସଂଘ । ସରକାରୀ କର୍ମଚାରୀଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ମନ୍ତ୍ରୀଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଛି।

ବିଶେଶ୍ୱର ଟୁଡୁ ବାରମ୍ବାର ସରକାରୀ କର୍ମଚାରୀଙ୍କୁ ଆଶଳୀନ ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛି ସଂଘ । ଯଦି ଆଗାମୀ ଦିନରେ ସେ ଏପରି ମନ୍ତବ୍ୟରୁ ଦୂରେଇ ନରୁହନ୍ତି, ତେବେ ଓଏଏସ ଅଧିକାରୀମାନେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ କାର୍ଯ୍ୟକ୍ରମକୁ ବୟକଟ କରିବେ ବୋଲି କହିଛନ୍ତି । ଏହାପୂର୍ବରୁ କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ଅଶୋଭନୀୟ ଆଚରଣ କରିଥିବା ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.