ବେଆଇନ ଚିଙ୍ଗୁଡି ଘେରିକୁ ନେଇ ପ୍ରତିବାଦ, ୫୨ କିଲୋମିଟର ଚାଲି ଚାଲି ଆସି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ଚାନ୍ଦବାଲି: ବେଆଇନ ଚିଙ୍ଗୁଡି ଘେରି ପ୍ରତିବାଦରେ ପଦଯାତ୍ରା । ୫୨ କିଲୋମିଟର ଚାଲି ଚାଲି ଆସି ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲିର କ୍ଷତିଗ୍ରସ୍ତ କୃଷକ ମିଳିତ ମଞ୍ଚର ସଦସ୍ୟ ପଦଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଭେଟି ଦାବି ଜଣାଇଛନ୍ତି ।

ଚାନ୍ଦବାଲି ତହସିଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ଚିଙ୍ଗୁଡି ଘେରି ବଢି ଚାଲିଛି । ଫଳରେ କୃଷି କାର୍ଯ୍ୟରେ ବାଧା ଉପୁଜୁଛି । ବିଷାକ୍ତ ହୋଇଯାଉଛି ଶହ ଶଡ ହେକ୍ଦର ଚାଷଜମି । ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।