‘ଅଗ୍ନିପଥ ଯୋଜନା’କୁ କଟକରେ ବିରୋଧ : ବାରବାଟୀ ଉପର ପଡିଆରେ ବହୁ ଆଶାୟୀ ଯୁବକ ଏକାଠି

କଟକ (କେନ୍ୟୁଜ): ଅଗ୍ନିପଥ ଯୋଜନାକୁ ଓ଼ଡିଶାରେ ବି ବିରୋଧ। କଟକ ବାରବାଟୀ ଉପର ପଡିଆରେ ବହୁ ଆଶାୟୀ ଯୁବକ ଏକାଠି ହୋଇଛନ୍ତି। ନିଜ ଭବିଷ୍ୟତ ଚିନ୍ତାରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ୨୦୨୧ରେ ଦେଇଥିବା ପରୀକ୍ଷାର ଲିଖିତ ପରୀକ୍ଷା ବାତିଲକୁ ନେଇ ଅସନ୍ତୋଷ ଦେଖାଦେଇଛି। ପୋଲିସ ଓ ଆର୍ମି ଅଫିସର ଉପସ୍ଥିତ ଅଛନ୍ତି।

ରିଙ୍ଗ୍ ରୋଡ୍‌ରେ ରାସ୍ତା ଅବରୋଧ ବେଳେ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ପକ୍ଷରୁ ଲାଠିମାଡ଼ ହୋଇଥିବା ସୂଚନା ମିଳିଛି। ଏଥିସହ କିଛି ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ମଧ୍ୟ ରଖିଛି। ସେପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ସହ ଆଗକୁ ନିଷ୍ପତ୍ତି ପ୍ରତ୍ୟାହାର କରା ନ ଗଲେ ଆନ୍ଦୋଳନ ଭୟାବହ ହେବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ଅଗ୍ନିପଥ ଯୋଜନାକୁ ବିରୋଧ କରି ଦିନକୁ ଦିନ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଏହି ନିଆଁ ଡେଇଁବାରେ ଲାଗିଛି। ଏହି ଯୋଜନାକୁ ବିରୋଧ କରି ବିହାର ଏବଂ ଉତ୍ତର ପ୍ରଦେଶରେ ଟ୍ରେନ୍ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ। ବିହାରର ବିଭିନ୍ନ ଷ୍ଟେସନରେ ଜୋରଦାର ପ୍ରତିବାଦ କରିବା ସହ ଆନ୍ଦୋଳନକାରୀମାନେ ରେଲୱେ ଷ୍ଟେସନରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ କଟକ ଡିସିପି ପିନାକ ମିଶ୍ର । ଆଇନକୁ ହାତକୁ ନନେବାକୁ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.