ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର, ବନ୍ଦ ହେଲା ଏହି ସୁବିଧା

ଯଦି ଆପଣଙ୍କ ଆକାଉଣ୍ଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ଅଛି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ଏବେ ପେଟ୍ରୋଲ ଡିଜେଲ ପକାଇବା ବେଳେ ଡିଜିଟାଲ ପେମେଣ୍ଟ କଲେ ଆଉ ମିଳିବନି ରିହାତି। ପେଟ୍ରୋଲିୟମ୍‌ ମାର୍କେଟିଂ କମ୍ପାନୀ ପକ୍ଷରୁ ପେଟ୍ରୋଲ ପମ୍ପରେ ତେଲ କିଣିବା ପାଇଁ ଡିଜିଟାଲ ପେମେଣ୍ଟରେ ଦିଆଯାଉଥିବା ୦.୭୫ ପ୍ରତିଶତ ଛାଡ଼କୁ ଏବେ ବନ୍ଦ କରାଯାଇଛି।

ପେଟ୍ରୋଲ ପମ୍ପରେ ନିୟମିତ ଡିଜିଟାଲ ପେମେଣ୍ଟ କରୁଥିବା ଲୋକଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବେ ଗ୍ରାହକଙ୍କୁ ଟଙ୍କା ଟ୍ରାନ୍ସଫର କରିବା ବନ୍ଦ କରି ଦେଇଛି। ଏହାର ପ୍ରଭାବ ପିଏନ୍‌ବିର ସମସ୍ତ ୧୮ କୋଟି ଗ୍ରାହକଙ୍କ ଉପରେ ପଡ଼ିବ। ପିଏନ୍‌ବି ପକ୍ଷରୁ ମେ’ ମାସରୁ ଗ୍ରାହକଙ୍କୁ ଏହି ସୁବିଧା ଦେବା ବନ୍ଦ କରାଯାଇଛି।


ମେ’ରୁ ଲାଗୁ ହୋଇଛି ଏହି ନିୟମ:

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ପେଟ୍ରୋଲିୟମ୍‌ ମାର୍କେଟିଂ କମ୍ପାନୀ ( ଓଏମ୍‌ସି / OMC ) ଏହି ସୁବିଧା ବନ୍ଦ କରି ଦେଇଛି। ପିଏନ୍‌ବି ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ମୁତାବକ, ଭାରତ ପେଟ୍ରୋଲିୟମ୍‌ କର୍ପୋରେସନ୍‌ (ବିପିସିଏଲ୍‌) ସୂଚନା ଦେଇଛି ଯେ ତେଲ କମ୍ପାନୀ (IOC, BPCL, HPCL) ପେଟ୍ରୋଲ ପମ୍ପରେ ଇନ୍ଧନ କିଣିବା ପାଇଁ ଡିଜିଟାଲ ପେମେଣ୍ଟ କଲେ ଦେଉଥିବା ୦.୭୫ ପ୍ରତିଶତ ଛାଡ଼କୁ ବନ୍ଦ କରି ଦେଇଛି। ପିଏନ୍‌ବି ପକ୍ଷରୁ କୁହାଯାଇଛି ଯେ ମେ’ ମାସରୁ ଗ୍ରାହକଙ୍କୁ ଏହି ଛାଡ଼ର ଲାଭ ମିଳିବା ବନ୍ଦ କରାଯାଇଛି।

ପୂର୍ବରୁ ପିଏନ୍‌ବି ତରଫରୁ NEFT, RTGS ର ଶୁଳ୍କ ମଧ୍ୟ ବୃଦ୍ଧି କରାଯାଇଥିଲା। ବ୍ୟାଙ୍କ ତରଫରୁ କରାଯାଇଥିବା ଏହି ପରିବର୍ତ୍ତନ ୨୦ ମେ, ୨୦୨୨ରୁ ଲାଗୁ ହୋଇଛି। ପିଏନ୍‌ବି ଅନୁସାରେ, ଅଫ୍‌ଲାଇନ୍‌ ନେଣଦେଣ ପାଇଁ ଆରଟିଜିଏସ୍‌ର ଶୁଳ୍କ ୨୪.୫୦ ଟଙ୍କା ଓ ଅନ୍‌ଲାଇନ୍‌ ନେଣ ଦେଣ ପାଇଁ ୨୪ ଟଙ୍କା କରି ଦେଇଛି। ଏହା ପୂର୍ବରୁ ବ୍ରାଞ୍ଚ୍‌ ଲେବଲରେ ନେଣଦେଣରେ ଅଫ୍‌ଲାଇନ୍‌ ପାଇଁ ଆରଟିଜିଏସ୍‌ ପାଇଁ ଶୁଳ୍କ ୨୦ ଟଙ୍କା ଥିଲା।

Also Read: Mrs India World ମୁକୁଟ ଜିତିଲେ ସରଗମ୍‌ କୌଶଲ, ୫୧ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ହେଲେ ବିଜୟିନୀ