ଗଳି କ୍ରିକେଟ୍ର ମଜା ନେଲେ ରୋହିତ ଶର୍ମା, ଛକା ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ
ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଆସନ୍ତା ଜୁନ୍ ୨୦ରେ ଇଂଲଣ୍ଡ ଗସ୍ତ କରିବେ। ଗୁରୁବାର ସକାଳେ ଯେତେବେଳେ ଟେଷ୍ଟ୍ ମ୍ୟାଚ ପାଇଁ ଭାରତୀୟ ଟିମ୍ର ଏକ ବ୍ୟାଚ୍ ମୁମ୍ବାଇରୁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଥିଲା, ସେତେବେଳେ ରୋହିତ ଶର୍ମା ସେଥିରେ ସାମିଲ ନ ଥିଲେ। ନିକଟରେ ରୋହିତ ନିଜ ପରିବାର ସହିତ ମାଳଦ୍ୱୀପରେ ଛୁଟି କାଟି ଫେରିଛନ୍ତି, ଏହି କାରଣରୁ ସେ ଦ୍ୱିତୀୟ ବ୍ୟାଚ୍ ସହ ସୋମବାର ରାତିରେ ବେଙ୍ଗାଲୁରୁରୁ ବାହାରିବେ।
ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ରୋହିତ ମୁମ୍ବାଇର ଓ୍ଵର୍ଲିରେ ଗଳି କ୍ରିକେଟ୍ ଖେଳୁଥିବାର ଦେଖିବାକୁ ମିଳୁଛନ୍ତି। ୯ ସେକେଣ୍ଡ୍ର ଏହି ଭିଡିଓରେ ରୋହିତ ବଲ୍ ମାରିବା ପରେ ହସୁଥିବାର ଦେଖା ଯାଉଛନ୍ତି। ତେବେ ରୋହିତ ଗଳି ପିଲାମାନଙ୍କ ସହ କ୍ରିକେଟ୍ର ମଜା ଉଠାଉଥିବା ନଜର ଆସୁଛନ୍ତି। ଏଠି ମଧ୍ୟ ସେ ନିଜର ହିଟ୍ମ୍ୟାନ ଅନ୍ଦାଜ ଦେଖାଇଛନ୍ତି।
ରୋହିତ ଶର୍ମାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ରେ ଆରାମ ଦିଆଯାଇଛି। ରିଷଭ୍ ପନ୍ତ ଏହି ସିରିଜ୍ରେ ଭାରତର ଅଧିନାୟିକତ୍ୱ ସମ୍ଭାଳିଛନ୍ତି। ଏମିତିରେ ରୋହିତ ବର୍ତ୍ତମାନ ଗଳି କ୍ରିକେଟର ମଜା ନେଉଛନ୍ତି। ତାଙ୍କର ଛକା ମାରିବାର ଭିଡିଓକୁ ସୋସିଆଲ ମିଡିଆରେ ଫ୍ୟାନମାନେ ବେଶ୍ ପସନ୍ଦ କରିଛନ୍ତି।
କହି ରଖୁଛୁ, ରୋହିତ ଶର୍ମା ଆଇପିଏଲ୍ରେ ମୁମ୍ବାଇ ଟିମ୍ ପାଇଁ ଖେଳୁଥିଲେ। ଜୁଲାଇରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଗୋଟିଏ ଟେଷ୍ଟ୍ ସହ ୩ ଦିନିକିଆ ଏବଂ ୩ ଟି୨୦ ମ୍ୟାଚ୍ ସିରିଜ୍ରେ ଭାରତର ଅଧିନାୟିକତ୍ୱ କରିବାର ଅଛି।
Rohit Sharma playing gully cricket at Worli, Mumbai ahead of the England tour. pic.twitter.com/XeZrDL53ii
— Sanskruti Yadav (@SanskrutiYadav_) June 15, 2022