ବିଧାୟକଙ୍କୁ ମାଓବାଦୀଙ୍କ ହତ୍ୟା ପରେ ଉତ୍ତେଜନା, ଥାନା ଜାଳି ଦେଲେ ଲୋକେ, ଓଡ଼ିଶା ସୀମାରେ ଆଲର୍ଟ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ମାଓବାଦୀ ହତ୍ୟା କରିବା ପରେ ଉତ୍ତେଜନା । ଆରକୁ ଓ ଡୁମ୍ବ୍ରିଗୁଡ଼ା ଥାନାରେ ନିଆଁ ଲଗାଇଛନ୍ତି ଉତ୍ତ୍ୟକ୍ତ ଲୋକ । ପୋଲିସ ଅବହେଳାକୁ ଦାୟୀ କରି ଥାନା ଭିତରେ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ । ପୋଲିସ ଉପରକୁ ଆକ୍ରମଣ କରିବା ସହ ଢେଲାପଥର ମାଡ଼ କରିଥିଲେ । ଏହାପରେ ଥାନାରେ ନିଆଁ ଲଗାଇ ଦେଇଥିଲେ । ସେପଟେ ମାଓବାଦୀଙ୍କ ବର୍ବରକାଣ୍ଡ ପରେ ଆନ୍ଧ୍ର-ଓ଼ଡ଼ିଶା ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା । ମାଓବାଦୀମାନେ ପଶି ଆସିବା ଆଶଙ୍କା ଥିବାରୁ ଓଡ଼ିଶା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସୀମାନ୍ତରେ ବିଏସ୍‌ଏଫ୍‌, ଏସ୍‌ଓଜି, ସିଆରପିଏଫ୍‌ ଓ ପୋଲିସକୁ ଆଲର୍ଟ ରଖାଯାଇଥିବା ସୂଚନା ଦେଇଛି ଆଇଜି ଅପରେସନ୍‌ ଆର୍‌. ପି. କୋଚେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.