Below header

ଖଣି ଖନନକୁ ବିରୋଧ କରିବାରୁ ଇନସ୍ପେକ୍ଟରଙ୍କୁ ମରଣାନ୍ତକ ଆକ୍ରମଣ, ୨ ଜଣଙ୍କୁ ଅଟକ ରଖି ପଚରାଉଚରା

କୋରାପୁଟ(କେନ୍ୟୁଜ୍): ପୋଲିସଙ୍କୁ ମରଣାନ୍ତକ ଆକ୍ରମଣ । କୋରାପୁଟ ନନ୍ଦପୁର ଥାନା ଇନସପେକ୍ଟର ପ୍ରଫୁଲ ଲାକ୍ରାଙ୍କୁ ଗାତକୁ ଠେଲି ହାଣିବାକୁ ଉଦ୍ୟମ । ନନ୍ଦପୁର ଥାନା ହାଟଶୁକୁରେ ପୋଲିସ ଉପରେ ଆକ୍ରମଣ କରିଛନ୍ତି କିଛି ଗ୍ରାମବାସୀ । ଖଣି ଖନନକୁ ବିରୋଧ କରିବାରୁ ଧକ୍କା ମାରି ହାଣିବାକୁ ଉଦ୍ୟମ । ଚିନା ମାଟି ଖଣି ଅଂଚଳକୁ ଗସ୍ତ କରିଥିବାବେଳେ ପୋଲିସର ପ୍ରବେଶକୁ ଲୋକେ ପ୍ରବଳ ବିରୋଧ କରିଥିଲେ । ଏହା ପରେ ପ୍ରଫୁଲ ଲାକ୍ରାଙ୍କୁ ଗାତକୁ ଠେଲି ହାଣିବାକୁ ଉଦ୍ୟମ କରିଥିଲେ ।

ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ୍‌ । ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସଡିପିଓ ସଂଜୟ ମହାପାତ୍ର । ଲମତାପୁଟ ତହସିଲ ଅଧିନରେ ଥିବା ଚିନାମାଟି ଖଣି ଖନନକୁ ନେଇ ୩ ଖଣ୍ଡ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି । ଖଡିମାଟି ସୁରକ୍ଷା ସମିତି ପକ୍ଷରୁ ଦୀର୍ଘ ଦିନଧରି ବିରୋଧ କରାଯାଉଛି । ବିଭିନ୍ନ ସମୟରେ ଏନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.