ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ, ବର୍ଷା ଦେଉଛି ଧୋକା
![heat wave](https://knewsodisha.com/wp-content/uploads/2022/04/heat-wave-3.jpg)
କେନ୍ୟୁଜ୍(ବ୍ୟୁରୋ): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । କିନ୍ତୁ ବର୍ଷାର ଦେଖାନାହିଁ । କେବେ ରାଜ୍ୟକୁ ଆସିବ ମୌସୁମୀ ତାକୁ ଅପେକ୍ଷା । ଏଭିତରେ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ରାଜ୍ୟର କିଛି ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ୨-୩ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ।
ଆସନ୍ତା ୨୪ ଘଣ୍ଟା ଭିତରେ ସର୍ବୋଚ୍ଚ ତାପମାତ୍ରାରେ ବଡ଼ଧରଣର ପରିବର୍ତ୍ତନର ସମ୍ଭାବନା ରହିଛି । ପରବର୍ତ୍ତୀ ୪ ଦିନରେ ତାପମାତ୍ରା ୩ରୁ ୪ ଡିଗ୍ରି ସେଲସିୟସ ହ୍ରାସ ହୋଇପାରେ ।