ମିନିଟରେ ପ୍ରସ୍ତୁତ କରନ୍ତୁ ଏହି ଡ୍ରିଙ୍କ୍, ଆପଣ ହୋଇଯିବେ ଏକଦମ୍ ରିଫ୍ରେସ୍
ଗରମରେ ଆପଣଙ୍କୁ ଆରାମ ଦେବ ଥଣ୍ଡା ଥଣ୍ଡା ଡ୍ରିଙ୍କସ। କାହିଁକିନା ଗରମରେ ସାଧା ପାଣି ପିଇବାକୁ ମନ ହୋଇନଥାଏ। ଏଥିପାଇଁ ଲୋକମାନେ ଅନେକ ପ୍ରକାର ହେଲଦି ଡ୍ରିଙ୍କ୍ସ ପିଇବାକୁ ପସନ୍ଦ କରନ୍ତି। ସେଥିପାଇଁ ଲେମ୍ବୁ ପାଣି ଠାରୁ ନେଇ ପଇଡ ପାଣି ପର୍ଯ୍ୟନ୍ତ ଅନେକ ଡ୍ରିଙ୍କସ ସେବନ କରାଯାଏ। ଏମିତିରେ ଆପଣଙ୍କ ପାଇଁ ଆଉ ଏକ ସ୍ୱାଦିଷ୍ଟ ଡ୍ରିଙ୍କ୍ସ ନେଇ ଆସିଛୁ, ଯାହା ଆପଣଙ୍କୁ ଏକଦମ୍ ରିଫ୍ରେସ୍ କରିଦେବ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
- ୬ ଡ୍ରପ କେଓ୍ଵଡା ଆସେନ୍ସ
- ୨ ଚାମଚ ରୁହଅଫଜା
- ୬-୭ଟି ଆଇସ୍ କ୍ୟୁବ୍
- ଅଧା ଚାମଚ ଚିଆ ସିଡ୍ସ
ପ୍ରସ୍ତୁତି ପ୍ରଣାଳୀ
- ସର୍ବପ୍ରଥମେ ଆମେ ସୁଗାର ସିରପ ପ୍ରସ୍ତୁତ କରିବେ। ଏଥିପାଇଁ ପାତ୍ରରେ ୪ କପ୍ ପାଣିରେ ଚିନି ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
- ଏହାପରେ ପ୍ରସ୍ତୁତ କରି ରଖିଥିବା ସିରପରେ ଲେମ୍ବୁ ରସ ମିଶାନ୍ତୁ।
- ସୁଗାର ସିରପରେ ୨ ଚାମଚ ରୁହଅଫଜା, ୧ ଚାମଚ କେଓ୍ଵଡା ଆସେନ୍ସ ମିକ୍ସ କରନ୍ତୁ।
- ଏବେ ଏହାଉପରେ ୨ ଗ୍ଲାସ ଥଣ୍ଡା ପାଣି ଏବଂ କଳା ଲୁଣ ମିକ୍ସ କରନ୍ତୁ।
- ଏହାପରେ ଅଧା ଗ୍ଲାସ ସୋଡା, ଆଇସ୍ କ୍ୟୁବ, ଅଧା ଚାମଚ ସିଡ୍ସ ପକାଇ ସର୍ଭ କରନ୍ତୁ।
- ଦେଖିବେ ଏହାକୁ ଥରେ ପିଇଲେ ସେ ଆପଣଙ୍କୁ ପ୍ରଶଂସାରେ ପୋତି ପକାଇବେ।