ଢେଙ୍କାନାଳ: ବ୍ଲକ୍‌ କାର୍ଯ୍ୟାଳୟରେ ଚାଲିଥିବା ଜନଶୁଣାଣି କାର୍ଯ୍ୟକ୍ରମକୁ ବିରୋଧ, ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ଲୋକ

ଢେଙ୍କାନାଳ(କେନ୍ୟୁଜ୍): ଓଡ଼ାପଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ଚାଲିଥିବା ଜନଶୁଣାଣି କାର୍ଯ୍ୟକ୍ରମକୁ ବିରୋଧ । ଓଡ଼ପଡ଼ା ଓ ହିନ୍ଦୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଶତାଧିକ ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି । ଗତ କିଛି ଦିନ ହେବ ବେଆଇନ ଖଣି ଖନନ ମାମଲାରେ ୧୪ ଜଣ ଖଣି ଓ କ୍ରସର ମାଲିକକୁ ଗିରଫ କରାଯାଇଛି । କିଛିଦିନ ତଳେ ରାସୋଳ ଥାନା ଅଧିକାରୀ କ୍ରସର ମାଲିକଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ସେଥିପାଇଁ ପୋଲିସ ଆକ୍ରୋସ ମୂଳକ ଭାବେ ରତିକାନ୍ତ ରାଉତଙ୍କ ସମତେ ୧୪ ଜଣଙ୍କୁ ପୋଲିସ ଗିରଫ କରିଛି । ଏହି ଗିରଫଦାରି ପ୍ରତିବାଦରେ ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେପଟେ ଜିଲ୍ଲାପାଳ କହିଛନ୍ତି କୌଣସି ଆକ୍ରୋସ ରଖି ଗିରଫ କରାଯାଇ ନାହିଁ । ବେଆଇନ ପଥର ଖନନ ମାମଲାରେ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.