Below header

ଟ୍ରେନରେ ଝାଲ ମୁଢି ବିକୁଥିଲେ ବୋଲି ମୁଢି ବିକାଳିଙ୍କୁ ଆରପିଏଫ ଯବାନ ମାଡ଼ ମାରିଥିବା ଅଭିଯୋଗ

ଗତକାଲି ଅପରାହ୍ନ ୧ ସମୟରେ ଝାରସୁଗୁଡ଼ା ରୋଡ ରେଲ ଷ୍ଟେସନରେ ବ୍ରଜରାଜନଗରର  ଜୟ ସିଂ ଯାଦବ ଟ୍ରେନରେ ଚଢି ମୁଢି ବିକୁଥିଲେ। ଜୟ ସିଂ ଏକପ୍ରେସ ଟ୍ରେନରେ ଚଢି ଝାଲ ମୁଢି ବିକୁଥିବା ସମୟରେ ଆରପିଏଫର ସ୍ଵତନ୍ତ୍ର ଏକ ଟିମ୍ ଧରିବା ପରେ ସମ୍ବଲପୁର ଆରପିଏଫକୁ ଯୁବକଙ୍କୁ ଜିମା ଦେଇଥିଲେ

ସମ୍ବଲପୁର(କେନ୍ୟୁଜ୍): ମୁଢି ବିକାଳିଙ୍କୁଆରପିଏଫଙ୍କ ମାଡ଼ ଅଭିଯୋଗ।  ଘଟଣା ଘଟିଛି ସମ୍ବଲପୁରରେ।  ଗତକାଲି ଅପରାହ୍ନ ୧ ସମୟରେ ଝାରସୁଗୁଡ଼ା ରୋଡ ରେଲ ଷ୍ଟେସନରେ ବ୍ରଜରାଜନଗରର  ଜୟ ସିଂ ଯାଦବ ଟ୍ରେନରେ ଚଢି ମୁଢି ବିକୁଥିଲେ। ଜୟ ସିଂ ଏକପ୍ରେସ ଟ୍ରେନରେ ଚଢି ଝାଲ ମୁଢି ବିକୁଥିବା ସମୟରେ ଆରପିଏଫର ସ୍ଵତନ୍ତ୍ର ଏକ ଟିମ୍ ଧରିବା ପରେ ସମ୍ବଲପୁର ଆରପିଏଫକୁ ଯୁବକଙ୍କୁ ଜିମା ଦେଇଥିଲେ l ପରେ ସମ୍ବଲପୁର ଆରପିଏଫ କାର୍ଯ୍ୟାଳୟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ଆଜି ଯୁବକଙ୍କ ପରିବାରବର୍ଗ ଖବର ପାଇ ଆରପିଏଫ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜୟ ସିଂ ଚାଲି ପାରୁନଥିବା ପରିବାର ଲୋକେ ଦେଖିଥିଲେ।  କଣ ହେଇଛି ବୋଲି ତାଙ୍କ ଭାଇ ପଚାରିବାରୁ ମତେ ପୋଲିସ ମାରିଛି ବୋଲି କହିଥିଲେ।  ତେବେ ଆରପିଏଫ ଆଇଆଇସି କହିଛନ୍ତି, ଆରପିଏଫ ଆଇଜିଙ୍କ  ନିର୍ଦ୍ଦେଶ କ୍ରମେ ଏକ ଟ୍ରେନରେ ସ୍ୱତନ୍ତ୍ର ଅଭିଯାନ ଚାଲିଛି ।  କେହି ଯେପରି ଟ୍ରେନ ଭିତରେ କୌଣସି ଜିନିଷ ବିକ୍ରି କରି ପାରିବେ ନାହିଁ । ସେହି କ୍ରମରେ ଝାରସୁଗୁଡା ରୋଡ଼ରେ ଜୟ ସିଂ ଟ୍ରେନ ଭିତରେ ଝାଳମୁଢି ବିକ୍ରି କରୁଥିବା ଅଭିଯୋଗରେ ତାଙ୍କୁ ଆରପିଏଫ ଧରିଥିଲେ ଏବଂ ସମ୍ବଲପୁର ଆରପିଏଫ କୁ ହସ୍ତାନ୍ତର କରିଥିଲେ । ଥାନାରେ କୌଣସି ପ୍ରକାର ମାଡ଼ କିମ୍ବା ନିର୍ଯାତନା ତାଙ୍କୁ ଦିଆଯାଇନାହିଁ । ଜୟ ସିଂ ନାମରେ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କ ପରିବାର ଲୋକେ ତାଙ୍କୁ ବେଲରେ ନେଇଛନ୍ତି ବୋଲି ଆଇଆଇସି ମୁନ୍ନା ଯାଦବ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.