ପୁରୀ ବେଳାଭୂମୀ ବ୍ଲୁ ଫ୍ଳାଗ ବିଚ୍‌ର ମାନ୍ୟତା ପାଇବା ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ପ୍ରସ୍ତୁତି

ପୁରୀ(କେନ୍ୟୁଜ୍): ପୁରୀର ବେଳାଭୂମୀ ବ୍ଲୁ ଫ୍ଳାଗ ବିଚ୍‌ର ମାନ୍ୟତା ପାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ରାଜ ଭବନ ପଛପଟ ବିଚ୍‌କୁ ପ୍ରକଳ୍ପ ଅଞ୍ଚଳ ଭାବେ ନିଆଯାଇ ଏହି ପ୍ରସ୍ତୁତି ଆସନ୍ତା ରବିବାର ଠାରୁ ଆରମ୍ଭ କରାଯିବ । ଏଥିପାଇଁ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଓ ସମନ୍ଵିତ ବେଳାଭୂମୀ ପରିଚାଳନା ପ୍ରକଳ୍ପର ନିର୍ଦ୍ଦେଶକ ସୁଶାନ୍ତ ବଳ ଓ ଅନ୍ୟ ଅଧିକାରୀ ମାନେ ଏହି ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ପ୍ରସ୍ତୁତି କାମ ପ୍ରାୟ ଏକ ସପ୍ତାହ ମଧ୍ୟରେ ଶେଷ ହେବ ବୋଲି ଇଞ୍ଜିନିୟର ମାନେ ଆଶା ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଏହି କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ସ୍ଥାନ ପରିଦର୍ଶନ ସମୟରେ ନିର୍ଦ୍ଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.