Below header

ପୁରୀ ଜିଲ୍ଲାରେ ତିତ୍‌ଲି ବାତ୍ୟା ଓ ବର୍ଷା ଜନିତ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଲେ ରାଜସ୍ୱ ମନ୍ତ୍ରୀ

ପୁରୀ(କେନ୍ଯୁଜ୍) : ପୁରୀ ଜିଲ୍ଲାରେ ତିତ୍‌ଲି ବାତ୍ୟା ଓ ବର୍ଷା ଜନିତ କ୍ଷୟକ୍ଷତିର ଆକଳନ କରି ୭ଦିନ ଭିତରେ ରିପୋର୍ଟ ଦେବାରୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀ ସର୍କିଟ ହାଉସ୍‌ରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ବାତ୍ୟା ଓ ବନ୍ୟାର କ୍ଷୟକ୍ଷତି ନେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କେତେ ଘର ସଂପୂର୍ଣ୍ଣ ଓ ଆଂଶିକ ଭାଙ୍ଗିଛି, କେତେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ନଷ୍ଟ ହୋଇଛି ଓ ଫସଲ ନଷ୍ଟ ହୋଇଛି ତାହାର ରିପୋର୍ଟ ପ୍ରସ୍ତୁତ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ସମୀକ୍ଷା ବୈଠକରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସଡିଏମ୍‌ଓ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.