Below header

ଯେତେବେଳେ ସୈଫ୍ ଅଲ୍ଲୀ ଖାନ୍ ହୋଇଥିଲେ ଉତ୍ପୀଡନର ଶିକାର . . ଛୋଟେ ନବାବ୍ ଖୋଲିଲେ ୨୫ ବର୍ଷ ତଳର ରାଜ୍

କେବଳ ଅଭିନେତ୍ରୀ ନୁହଁନ୍ତି ଅଭିନେତା ମଧ୍ୟ ହେଉଛନ୍ତି ଯୌନ ଶୋଷଣ ଶିକାର । ଧୀରେ ଧୀରେ କରି ସମସ୍ତେ ଖୋଲୁଛନ୍ତି ମୁହଁ । କିଛି ଦିନ ତଳେ ଛୋଟ ପରଦାର ଲୋକପ୍ରିୟ ଟେଲିଭିଜନ୍ ଅଭିନେତା ଆୟୁଷ ଆନନ୍ଦ ନିଜ ସହ ହୋଇଥିବା ଯୌନ ଶୋଷଣକୁ ନେଇ କରିଥିଲେ ବଡ ଖୁଲାସା । ଆଉ ଏବେ ମୁହଁ ଖୋଲିଛନ୍ତି ଛୋଟେ ନବାବ୍ ସୈଫ୍ ଅଲ୍ଲୀ ଖାନ୍ । #MeToo ମୁଭମେଂଟ୍ ସମର୍ଥନ କରିବା ସହ କହିଛନ୍ତି ଏପରି ମହିଳାଙ୍କ ସହ ଛିଡା ହେବା ଉଚିତ୍ ଯେଉଁମାନେ ସମସ୍ତଙ୍କ ସାମ୍ନାକୁ ସତ ଆଣୁଛନ୍ତି । କାରଣ ଏପରି ମାମଲାରେ କହିବା ଏତେ ସହଜ ନୁହେଁ । #MeToo କୁ ସମର୍ଥନ କରିବା ସମୟରେ ନିଜ ସହ ହୋଇଥିବା ଉତ୍ପୀଡନ ବିଷୟରେ କହିଛନ୍ତି ।

ଏହା ସହ ପଢନ୍ତୁ ଓ-ଟାଉନରେ #Metoo , ପ୍ରଯୋଜକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଟେଲି ଅଭିନେତ୍ରୀ

ସୈଫଙ୍କ ସହ ଏହି ଉତ୍ପୀଡନ ୨୫ ବର୍ଷ ପୂର୍ବେ ହୋଇଥିଲା, କିନ୍ତୁ ଏହା ଯୌନ ଶୋଷଣ ନଥିଲା । ସୈଫ୍ କହିଛନ୍ତି ଯଦିଓ ତାହା ଯୌନ ଶୋଷଣ ନଥିଲା କିନ୍ତୁ ମୁଁ ମୋ କ୍ୟାରିୟରରେ ହାରାସମେଂଟର ସାମ୍ନା କରିଛି । ମତେ ୨୫ ବର୍ଷ ପୂର୍ବେ ହରାସ୍ କରାଯାଇଥିଲା। ଆଜି ବି ଯେତେବେଳେ ସେ ଘଟଣା ପଡେ ବହୁତ ରାଗ ଲାଗେ ।

ଅଗକୁ ସୈଫ୍ କହିଛନ୍ତି , ଅନେକ ଲୋକ ଅଛନ୍ତି ଅନ୍ୟର କଷ୍ଟ ବୁଝିପାରନ୍ତିନି । କେସ୍ ପୁରୁଣା ହେଉନା କାହିଁକି ଯଦି କେହି ଦୋଷୀ ସାବ୍ୟସ୍ତ ହେଉଛି ତାକୁ ଦଣ୍ଡ ମିଳିବା ଉଚିତ୍ । ଅପମାନିତ ହୋଇଥିବା ଲୋକ ନ୍ୟାୟର ଅପେକ୍ଷାରେ ଅଛନ୍ତି । ଯାହା ବି ହୋଇଛି ଠିକ୍ ହୋଇନାହିଁ । ଯେଉଁମାନେ ଶୋଷଣ କରିଛନ୍ତି ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡିବ ।

ଏହା ସହ ପଢନ୍ତୁ #MeToo ରେ ସାମିଲ୍ ହେଲେ ଏହି ଅଭିନେତା, ନିଜ ସହ ହୋଇଥିବା ଯୌନ ଶୋଷଣ ନେଇ କଲେ ଚାଂଚଲ୍ୟକର ଖୁଲସା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.