ଭାରତର ଅମୂଲ୍ୟ ରତ୍ନ କୋହିନୂର ହୀରାକୁ ନେଇ ପୁଣି ବିବାଦ

ଦିଲ୍ଲୀ(କେନ୍ଯୁଜ୍) : ଭାରତର ଅମୂଲ୍ୟ ରତ୍ନ କୋହିନୂର ହୀରାକୁ ନେଇ ପୁଣି ବିବାଦ । କୋହିନୂରକୁ ଲାହୋରର ତତ୍କାଳୀନ ମହାରାଜା, ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କ ନିକଟରେ ଆତ୍ମସମର୍ପଣ କରାଇଥିଲେ । ଏଏସ୍‌ଆଇ ତଥ୍ୟ ଅନୁସାରେ ୧୮୪୯ରେ ଲର୍ଡ ଡ୍ୟାଲହାଉସି ଓ ମହାରାଜା ଦୁଲ୍ଲୀପ ସିଂହଙ୍କ ମଧ୍ୟରେ ଲାହୋର ଚୁକ୍ତି ହୋଇଥିଲା। କୋହିନୂରକୁ ଲାହୋର ମହାରାଜା, ଇଂଲଣ୍ଡର ରାଣୀଙ୍କୁ ସମର୍ପିତ କରିଥିଲେ ।

kohinurrଏଏସ୍‌ଆଇ ଅନୁସାରେ କୋହିନୂରକୁ ଦୁଲ୍ଲୀପ ସିଂହଙ୍କ ଇଚ୍ଛା ଅନୁସାରେ ଇଂରେଜଙ୍କୁ ସମର୍ପିତ କରାଯାଇନଥିଲା। ଚୁକ୍ତି ସମୟରେ ଦୁଲ୍ଲୀପ ସିଂହ ନାବାଳକ ଥିଲେ । ୨୦୧୬ ଏପ୍ରିଲରେ ସୁପ୍ରିମକୋର୍ଟରେ ସରକାର କହିଥିଲେ କି, କୋହିନୂର ହୀରା ଚୋରି ହୋଇନାହିଁ । କୋହିନୂର ହୀରାକୁ, ସେହି ସମୟରେ ପଞ୍ଜାବ ଉପରେ ଶାସନ କରୁଥିବା ମହାରାଜା ରଣଜିତ୍‌ ସିଂହଙ୍କ ଉତ୍ତରାଧିକାରୀ ଦ୍ୱାରା ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଉପହାର ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.