ଆଜିଠୁ ତିନିଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ, ମଙ୍ଗଳବାରରୁ ପୁଣି ସର୍ବସାଧାରଣ ଦର୍ଶନ

ପୁରୀ(କେନ୍ଯୁଜ୍): ଆଜିଠୁ ତିନିଦିନ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ। ଶନିବାର ଓ ରବିବାର ସଟ୍‌ଡାଉନ୍‌ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ସେପଟେ ଅଗଷ୍ଟ ୩୦ ଜନ୍ମାଷ୍ଟମୀରେ ଭକ୍ତଙ୍କ ଭିଡ଼ରୁ ସଂକ୍ରମଣ ଆଶଙ୍କା ଥିବାରୁ ଏହି ଦିନ ମଧ୍ଯ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅଗଷ୍ଟ ୩୧ରୁ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଜାରି  ହୋଇଥିବା କଟକଣା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.