ଟିଭି ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କଲା NCB, ଘରୁ ଡ୍ରଗ୍ସ ଏବଂ ଚରସ ଜବତ

ବଲିଉଡ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB)ର ତଦନ୍ତ ଜାରି ରହିଛି। ଶୁକ୍ରବାର ଦିନ ଏନସିବି ଟିଭି ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କରିଛି। ତଦନ୍ତକାରୀ ସଂସ୍ଥା ଗୌରବଙ୍କ ଘରୁ ଏମ୍‌ଡି ଡ୍ରଗ୍ସ ଏବଂ ଗଞ୍ଜେଇ ଜବତ କରିଛି। ଅଭିନେତା ଏଜାଜ ଖାନଙ୍କୁ ପଚରାଉଚରା ଆଧାରରେ ଗୌରବଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଗୌରବ ଦୀକ୍ଷିତଙ୍କୁ ଗିରଫ କରିଛି ଏନସିବି। ତାଙ୍କ ଘରେ ଚଢାଉ ସମୟରେ ଡ୍ରଗ୍ସ ଏବଂ ଗଂଜେଇ ମିଳିଛି। ଅଭିନେତା ଏଜାଜ ଖାନଙ୍କୁ ଗିରଫ କରିବା ପରେ ତାଙ୍କୁ ପଚରାଉଚରା ସମୟରେ ଗୌରବଙ୍କ ନାମ ସାମ୍ନାକୁ ଆସିଥିଲା ।

ମାର୍ଚ୍ଚ ୩୧ ରେ ଏଜାଜ ଖାନ ମୁମ୍ବାଇ ବିମାନବନ୍ଦରରୁ ଧରାପଡିଥିଲେ। ଏଜାଜଙ୍କ ବିଷୟରେ ଅନ୍ଧେରି ଏବଂ ଲୋଖଣ୍ଡୱାଲାର ଅନେକ ସ୍ଥାନରେ ଏନସିବି ସର୍ଚ୍ଚ ଅପରେସନ କରିଥିଲା। ଡ୍ରଗ୍ସ ବେପାରୀ ଶାଦବ ବାଟାଟାଙ୍କୁ ପଚରାଉଚରା ବେଳେ ଏଜାଜଙ୍କ ନାମ ସାମ୍ନାକୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.