ପହଣ୍ଡି ବିଜେ ପରେ ରଥାରୂଢ଼ ତିନି ଠାକୁରଙ୍କୁ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ(କେନ୍ଯୁଜ୍): ପହଣ୍ଡି ବିଜେ ପରେ ରଥାରୂଢ଼ ତିନି ଠାକୁରଙ୍କୁ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ପ୍ରଭୁ ଶ୍ରୀ ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଛନ୍ତି ଜଗଦଗୁରୁ ।

ସୂଚନା ଥାଉକି, ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଥିଲା ରଥ ପ୍ରତିଷ୍ଠା। ପହଣ୍ଡିରେ ଆସି ରଥାରୁଢ ହୋଇସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟ, କାହାଳୀ ଓ ବାଜାରେ କମ୍ପୁଛି ସାରା ପରିବେଶ ।

ଭକ୍ତିମୟ ପରିବେଶରେ ବଡ଼ ଦାଣ୍ଡକୁ ଅବତରଣ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ। ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ ପାଇ ଭକ୍ତ ଭାବବିହ୍ବଳ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ନୀତିକାନ୍ତି ଆଗେଇ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.