କେନାଲରେ ବୁଡି ୧୦ ବର୍ଷୀୟ ଶିଶୁ କନ୍ୟାର ମୃତ୍ୟୁ

ସୁବର୍ଣ୍ଣପୁର(କେନ୍ୟୁଜ୍): କେନାଲରେ ବୁଡି ୧୦ ବର୍ଷୀୟ ଶିଶୁ କନ୍ୟାର ମୃତ୍ୟୁ । ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହରିହରଯୋର ଡ୍ଯାମ୍ ମୁଖ୍ୟ କେନାଲରେ । ମୃତ ଶିଶୁଟିର ପରିଚୟ ଜଣାପଡିନଥିବାବେଳେ ଶିଶୁକନ୍ୟାଟି ନିଜ ପରିବାର ସଦସ୍ୟଙ୍କ ସହ ଡ୍ଯାମ୍ ସାଇଟକୁ ଏକ ବାହାଘର ଆସିଥିବା ନେଇ ସୂଚନା ମିଳିଛି ।

ଆଜି ସକାଳୁ ସକାଳୁ ପରିବାର ସଦସ୍ୟ ଡ୍ଯାମ୍ ତଳେ ମୁଖ୍ୟ କେନାଲରେ ଗାଧୋଉଥିବାବେଳେ ଅସାବଧାନତାରେ ଶିଶୁ କନ୍ୟାଟି କେନାଲରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.