ବଳଙ୍ଗା ଥାନା ବିସ୍ଫୋରଣ ଘଟଣା: ମାଲଖାନା ଦାୟିତ୍ୱରେ ଥିବା ଏସ୍‌ଆଇଙ୍କୁ ନିଲମ୍ବନ କଲେ ପୁରୀ ଏସ୍‌ପି

ପିପିଲି(କେନ୍ଯୁଜ୍): ପୁରୀ ଜିଲ୍ଲା ବଳଙ୍ଗା ଥାନା ବିସ୍ଫୋରଣ ଘଟଣା। ମାଲଖାନା ଦାୟିତ୍ୱରେ ଥିବା ଏସ୍‌ଆଇଙ୍କୁ ନିଲମ୍ବନ କଲେ ପୁରୀ ଏସ୍‌ପି। ଏସ୍‌ଆଇ ତଅପୋଇ ନାୟକଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସ୍‌ପି। ଏନେଇ ପିପିଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ମାଲଖାନାରେ ସୋମବାର ରାତିରେ ବିସ୍ଫୋରଣ ହୋଇଥିଲା । ଛାତ ଭୁଶୁଡ଼ି ପଡ଼ିିଥିବା ବେଳେ କାନ୍ଥ ଫାଟିଯାଇଥିଲା। ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା । ବିସ୍ଫୋରଣ ବେଳେ ସେଠାରେ କୌଣସି କର୍ମଚାରୀ ନଥିଲେ । ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ, ଆଖପାଖ ଅଞ୍ଚଳର ଲୋକ ଡ଼ରି ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.