ଆଜି ଶ୍ରୀମନ୍ଦିରରେ ସନ୍ଧ୍ଯା ୪ଟାରୁ ୬ଟା ଦୁଇ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ(କେନ୍ଯୁଜ୍): ଆଜି ଶ୍ରୀମନ୍ଦିରରେ ୨ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ। ସନ୍ଧ୍ଯା ୪ଟାରୁ ୬ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ଆଜି ସ୍ୱତନ୍ତ୍ର ବିମାନରେ ଆସି ଦିନ ୨ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି। ଭୁବନେଶ୍ୱରରୁ ହେଲିକପ୍ଟରରେ ଯାଇ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ ।

ପୁରୀ ରାଜଭବନରେ କିଛି ସମୟ ରହିବା ପରେ ସଂଧ୍ୟା ୫ଟାରେ ଶ୍ରୀମନ୍ଦିର ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସିଂହଦ୍ୱାର ନିକଟରେ ରାଷ୍ଟ୍ରପତିଙ୍କ କାର୍କେଡ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା କାର୍ଯ୍ୟକ୍ରମ ରହିଛି ।

ଯେଉଁଥିପାଇଁ ସନ୍ଧ୍ଯା ୪ଟାରୁ ୬ଟା ଦୁଇ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଏହାପରେ ମନ୍ଦିର ଭିତରୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.