ଓଡ଼ିଶା ମହିଳା ଭଲିବଲ୍‌ ଦଳର କମାଲ୍, ୩୪ ତମ ଫେଡେରେସନ୍‌ କପ୍‌ରେ ହାତେଇଲା ବ୍ରୋଞ୍ଜ ପଦକ

କେନ୍ଯୁଜ୍: ଇତିହାସ ସୃଷ୍ଟି କଲା ଓଡ଼ିଶା ମହିଳା ଭଲିବଲ୍‌ ଦଳ । ୩୪ ତମ ଫେଡେରେସନ୍‌ କପ୍‌ରେ ବ୍ରୋଞ୍ଜ ପଦକ ହାସଲ କଲା ମହିଳା ଟିମ୍‌ । ହିମାଚଳପ୍ରଦେଶକୁ ୩-୦ ସେଟରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଓଡ଼ିଶା । ଭଲିବଲ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର କୌଣସି ସିନିୟର ଚାମ୍ପିଅନ୍‌ସିପ୍‌ରେ ପ୍ରଥମ ଥର ଲାଗି ଓଡ଼ିଶା ମହିଳା ଟିମ୍‌ ବ୍ରୋଞ୍ଜ ପଦକ ହାସଲ କରିଛି ।

ଭଲିବଲ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର ସଭାପତି ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓଡ଼ିଶା ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ମହିଳା ଦଳ ପାଇଁ ସ୍ୱତନ୍ତ୍ର ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି ଡ. ସାମନ୍ତ । କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଭଲିବଲ୍‌ ଚାମ୍ପିଅନ୍‌ସିପ୍‌ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.