ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀ ଭିତରକୁ ଓଲଟିଲା ଲୁହା ବୋଝେଇ ଟ୍ରେଲର, ୨ ଚାଳକ ଗୁରୁତର

ଢେଙ୍କାନାଳ(କେନ୍ଯୁଜ୍): ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀ ଭିତରକୁ ଓଲଟିଲା ଲୁହା ବୋଝେଇ ଟ୍ରେଲର। ଦୁଇ ଚାଳକ ଗୁରୁତର। ଗୁରୁତର ଅବସ୍ଥାରେ ଜଣଙ୍କୁ କାମାକ୍ଷାନଗର ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ଅନ୍ୟ ଜଣଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେମାନଙ୍କ ପରିଚୟ ମିଳି ପାରିନାହିଁ। ସୂଚନା ମୁତାବକ, ଆଜି ଭୋର ୫ଟା ସମୟରେ ଘଟିଛି ଏହି ଦୁର୍ଘଟଣା। ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ସଦରଥାନା ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ ।  ଢେଙ୍କାନାଳ କାମାକ୍ଷାନଗର ରାସ୍ତାର କମଗରା ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.