ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ (କେନ୍ଯୁଜ):  ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି । ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ ଶ୍ରୀଜୀଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ । ଦ୍ୱିପହର ଧୂପ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ । ପ୍ରାୟ ୪ ଘଣ୍ଟା ଧରି ଚାଲିବ ନୀତି ।

ଏଥିପାଇଁ ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ନୀତି ସମ୍ପୂର୍ଣ୍ଣ ହେବାପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । କରୋନା ଯୋଗୁଁ ପୁରୀ ଶ୍ରୀମନ୍ଦିରକୁ ପ୍ରତି ସପ୍ତାହର ରବିବାର ଦିନ ବନ୍ଦ ରଖାଯାଇ ସାନିଟାଇଜ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.