Below header

କାହାକୁ କଂଗ୍ରେସ ଟିକେଟ ? ରେସ୍‌ରେ ଦଳର ବହୁ ତୁଙ୍ଗ ନେତାଙ୍କ ପୁଅଝିଅ

ଭୁବନେଶ୍ବର : ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ କଂଗ୍ରେସରେ ଟିକେଟ ପାଇଁ ଚାଲିଛି କସରତ । ଦଳର ବହୁ ତୁଙ୍ଗ ନେତାଙ୍କ ପୁଅଝିଅ ଟିକେଟ ରେସ୍‌ରେ ଅଛନ୍ତି । କଳିଙ୍ଗ ଟିଭିକୁ ମିଳିଥିବା ସୂଚନା ଅନୁସାରେ ଆଶାୟୀଙ୍କ ମଧ୍ୟରେ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅନିତା ବିଶ୍ୱାଳ, ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କ ପୁଅ ସାଗର ଦାସ । ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀଙ୍କ ପୁଅ କୁମାର ଚିରଞ୍ଜୀବ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କ ନାଁ ଚର୍ଚ୍ଚାରେ ରହିଛି ।

ଏଥର ନିର୍ବାଚନରେ ବିଶେଷକରି ଯୁବ ଓ ମହିଳାଙ୍କୁ କଂଗ୍ରେସ ଅଧିକ ଗୁରୁତ୍ୱ ଦେବାର ସମ୍ଭାବନା ରହିଛି । ସାଙ୍ଗଠନିକ ଦକ୍ଷତା, ବିଜୟ ସମ୍ଭାବନା ଓ ଲୋକଙ୍କ ସାଥୀରେ ଥିବା ନେତାଙ୍କୁ ଦଳୀୟ ଟିକେଟ ମିଳିପାରେ । ଟିକେଟ ବଣ୍ଟନ ନେଇ ପିଇସି କମିଟି ରିପୋର୍ଟ ଉପରେ ଏଆଇସିସି ଚୂଡ଼ାନ୍ତ ମୋହର ମାରିବ ।

ଆସନ୍ତା ୧୦ ତାରିଖ ସୁଦ୍ଧା କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । କାହାକୁ ମିଳିବ ଟିକେଟ ଆଉ କାହାର କଟିବ ଟିକେଟ ତା ଉପରେ ସମସ୍ତଙ୍କ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.