Below header

ରାଧା ପାଦ ଦର୍ଶନ ହେଲା ଶେଷ ଦର୍ଶନ, ଅଧା ରାସ୍ତାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ରାଧା ପାଦ ଦର୍ଶନ ହେଲା ଶେଷ ଦର୍ଶନ l ରାସ୍ତାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ଆଉ ବଞ୍ଚିଗଲା ସାତ ବର୍ଷର କୁନି ପୁଅ ରିଷି

ସାଲେପୁର : କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଗାଁ । କାହାରି ଆଖିରୁ ଶୁଖୁନି ଲୁହ । ଗାଁରେ ଖେଳି ଯାଇଛି ଶୋକାକୁଳ ପରିବେଶ । କାରଣ ଗା ମାଟି ଛାଡ଼ି ଚାଲିଯାଇଛି ଗାଁ ର ସୁନା ପୁଅ । ସବୁଦିନ ପାଇଁ ଆଖିବୁଜି ଦେଇଛି । ମଣିଷ ଜୀବନ ପାଣିଫୋଟକା ସଦୃଶ୍ୟ କେତେବେଳେ କାହାର ଯେ ଜୀବନ ଚାଲିଯିବ ତାହା କେହିବି କହିପାରିବେ ନାହିଁ l ଦିନେ ଯିଏ ଭଗବତ ଚିନ୍ତାନ ରେ ନିଜକୁ ସଦା ସର୍ବଦା ସମର୍ପଣ କରୁଥିଲେ ସେ ଆଜି ଭଗବାନଙ୍କ ନିକଟକୁ ଚାଲିଯାଇଛନ୍ତି । ଆଉ ଶୁଭିବନି ତାଙ୍କର ସେହି ଭଗବାନଙ୍କ ପ୍ରତି ଥିବା ଭକ୍ତି ଆଉ ଚେତନାର ବାଣୀ ।

ରାଧା ପାଦ ଦର୍ଶନ ହେଲା ଶେଷ ଦର୍ଶନ l ରାସ୍ତାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ଆଉ ବଞ୍ଚିଗଲା ସାତ ବର୍ଷର କୁନି ପୁଅ ରିଷି l କେଡ଼େ ଖୁସିରେ ପୁଅକୁ ଧରି ବାହାରିଥିଲେ ରାଧାପାଦ ଦର୍ଶନ କରିବାକୁ । ଦର୍ଶନ ମଧ୍ୟ କରିଥିଲେ । ହେଲେ ଦର୍ଶନ ସାରି ଘରକୁ ଫେରିବା ବାଟରେ ଘଟିଗଲା ବଡ଼ ଅଘଟଣ । ସତେ ଯେମିତି ଏହି ଦର୍ଶନ ତାଙ୍କ ପାଇଁ କାଳ ସାଜିଲା । କେହି କିଛି ବୁଝିବା ପୂର୍ବରୁ ସାମ୍ନାରେ ଆସି କାଳ ଠିଆ ହୋଇଗଲା । ହଠାତ୍‌ ସାମ୍ନାକୁ କାଳ ରୂପରେ ମାଡ଼ି ଆସିଥିଲା ପିକ୍‌ଅପ୍‌ ଭ୍ୟାନ୍‌ । ଆଉ ଧକ୍କା ଦେଇ ଚାଲିଗଲା । ଆଖି ପିଛୁଳାକେ ଏତେ ସବୁ ଘଟିଗଲା ଯେ ଚାହିଁକି ମଧ୍ୟ ଦୁହେଁ କିଛି କରିପାରିଲେନି । ଆଉ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଲେ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନିରୁଦ୍ଧ ଜେନା ଏବଂ ତାଙ୍କ ପତ୍ନୀ ରିତାଲି ଜେନା । ତେବେ ଅନିରୁଦ୍ଧ ବୟସ ୪୦ ବର୍ଷ ହୋଇଥିବା ବେଳେ ରିତାଲିଙ୍କ ବୟସ ୩୭ । ଏବଂ ତାଙ୍କର ସାତ ବର୍ଷର ସନ୍ତାନ ମଧ୍ୟ ଅଛି ଯିଏ ଏହି ଦୁର୍ଘଟଣାର ଶିକାର ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

କଟକ ଜିଲ୍ଲା ସାଲେପୁର ବ୍ଲକ ପୂରଣ ଗ୍ରାମର ଅନିରୁଦ୍ଧ ଓ ରିତାଲି ରୁହନ୍ତି l ଗତ ୨୧ ତାରିଖ ଦିନ ନିଜ ପତ୍ନୀ ରିତାଲି ଓ ପୁଅ ରିଷିକୁ ସାଙ୍ଗରେ ନେଇ ରାଧା ପାଦ ଦର୍ଶନ ନିମନ୍ତେ ପୁରୀ ଜିଲ୍ଲା ସାକ୍ଷୀଗୋପାଳକୁ ଯାଇଥିଲେ l ଦର୍ଶନ ସାରି ଗତ କାଲି ନିଜ ଘରକୁ ଫେରିବା ସମୟରେ କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ପଦ୍ମପୁର ନିକଟସ୍ଥ ନୃସିଂହବଜାରରେ ଏକ ପିକଅପ ଭ୍ୟାନ୍ ଧକ୍କା ଦେଇଥିଲା ଫଳରେ ତିନ ଜଣ ଯାକ ଛିଟିକି ତଳେ ପଡିଥିଲେ l ଘଟଣା ସ୍ଥଳରେ ଜଗତପୁର ଥାନା ଓ ପାଗା ଫାଣ୍ଡି ପୋଲିସ ପହଞ୍ଚି ତିନି ଜଣଙ୍କୁ କଟକ ସ୍ଥିତ ବଡ ମେଡିକାଲକୁ ପଠାଇ ଥିଲେ l ସେଠାରେ ଡାକ୍ତର ଅନିରୁଦ୍ଧ ଓ ରିତାଲିକୁ ମୃତ ଘୋଷଣା କରିଥିବା ବେଳେ ପୁଅ ରିଷି ଗରୁତର ଅବସ୍ଥାରେ ଏବେ ଆଇସିୟୁ ରେ ଚିକିତ୍ସିତ ହେଉଛନ୍ତି ।

ତେବେ ଅନିରୁଦ୍ଧ ସୋଶିଆଲ ମିଡିଆରେ ଲୋକଙ୍କ ନିକଟରେ ସୁବାର୍ତ୍ତା ପହଞ୍ଚାଉଥିବା ବେଳେ ଆଜି ସେ ନିଜେ ଏକ ବାର୍ତ୍ତା ହୋଇ ଯାଇଛନ୍ତି । ଆଉ ସାରା ଗାଁ ଝୁରୁଛି । ଦୁର୍ଘଟଣା ଜୀବନର ଏକ ଅଂଶ ପାଲଟି ଗଲାଣି ତାହା କେଉଁ ମୁହୂର୍ତ୍ତରେ ଆସି ସାମ୍ନାରେ ଠିଆ ହୋଇଯିବ ତାହା କାହାକୁ ଜଣା ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.