ବିଜେପିର ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ୟାପକ ଭଙ୍ଗାରୁଜାକୁ ବିରୋଧ କରି ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ 

ବିଜେପି ତରଫରୁ ଚାନ୍ଦବାଲି ବ୍ଲକ ଘେରାଉ କରିବା ସମୟରେ ବ୍ଲକ କାର୍ଯ୍ୟାଳୟରେ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ସୁରକ୍ଷା ଦାୟିତ୍ୱରେ ଥିବା ଚାନ୍ଦବାଲି ଏସଡିପିଓଙ୍କ ମୁଣ୍ଡ ଫାଟିବା ସହ ଆଇଆଇସି ଗୁରୁତର ଆହତ ହୋଇଛନ୍ତି l

ଚାନ୍ଦବାଲି : ବିଜେପି ତରଫରୁ ଚାନ୍ଦବାଲି ବ୍ଲକ ଘେରାଉ କରିବା ସମୟରେ ବ୍ଲକ କାର୍ଯ୍ୟାଳୟରେ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ସୁରକ୍ଷା ଦାୟିତ୍ୱରେ ଥିବା ଚାନ୍ଦବାଲି ଏସଡିପିଓଙ୍କ ମୁଣ୍ଡ ଫାଟିବା ସହ ଆଇଆଇସି ଗୁରୁତର ଆହତ ହୋଇଛନ୍ତି l ତେବେ ଏହି ଘଟଣାକୁ ଚାନ୍ଦବାଲି ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି l

ଚାନ୍ଦବାଲି ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡିର ନେତୃମଣ୍ଡଳୀ ଉପସ୍ଥିତ ରହି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିର ଉତ୍ତେଜିତ କର୍ମୀମାନେ ଯେପରି କାଣ୍ଡ ଘଟାଇଲେ, ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଯେଉଁମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି ଏବଂ ବ୍ଲକ ପରିସରରେ ଭଙ୍ଗାରୁଜା କରି ବ୍ୟାପକ କ୍ଷତି ଘଟାଇଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି କରିଛନ୍ତି ଚାନ୍ଦବାଲି ବିଜେଡି ନେତୃ ମଣ୍ଡଳୀ l ତାହାସହ ଚାନ୍ଦବାଲି ବିଡ଼ିଓଙ୍କ ତରଫରୁ ମଧ୍ୟ ଥାନାରେ ଏଜ ଲିଖିତ ଅଭିଯୋଗ କରାଯାଇଛି l ଚାନ୍ଦବାଲିରେ ଉତ୍ତରଞ୍ଚଳ ଆଇଜି ଓ ଏସପି ପହଂଚି ଘଟଣାର ତଦନ୍ତ କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.