ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଉପନିର୍ବାଚନରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଚାର, ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କଲେ

ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପଦ ପାଇଁ ଉପନିର୍ବାଚନରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଚାର। ସାଂସଦ ଡ. ସାମନ୍ତ କଳିଙ୍ଗ ମହାବିଦ୍ୟାଳୟ ଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଥାନରେ ରୋଡ଼ ସୋ କରିଥିଲେ।

ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପଦ ପାଇଁ ଉପନିର୍ବାଚନରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଚାର। ସାଂସଦ ଡ. ସାମନ୍ତ କଳିଙ୍ଗ ମହାବିଦ୍ୟାଳୟ ଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଥାନରେ ରୋଡ଼ ସୋ କରିଥିଲେ। ୧୨ ନମ୍ବର ୱାର୍ଡ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ କନ୍ଧମାଳ ସାଂସଦ ଡ. ସାମନ୍ତ। ବିଜେଡି ପ୍ରାର୍ଥୀ ଦେବସ୍ମିତା ଶତପଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଜି ଉଦୟଗିରି ବିଧାନସଭା ଆସନ ଅନ୍ତର୍ଗତ ଟିକାବାଲି ବ୍ଲକ ର ପ୍ରଥମେ ପେନାଲା ଗ୍ରାମର କାଳୀ ମନ୍ଦିର ଠାରେ ଏକ କମ୍ୟୁନିଟି ହଲର ଭିତ୍ତି ପ୍ରସ୍ତର ସ୍ଥାପନ କରି ସେଠାରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ରାଶି ଦଶଲକ୍ଷ ଟଙ୍କା ବ୍ୟୟରେ ପାଙ୍ଗାନାଜୁ ଠାରେ ଏକ ଗୀର୍ଜା ଗୃହର ଶୁଭ ଉଦଘାଟନ କରିଥିଲେ । ସେଠାରୁ ସେ ଜି ଉଦୟଗିରି ବ୍ଲକର ରୁଦାଙ୍ଗିଆର ଗଞ୍ଜୁଗୁଡା ଠାରେ ୩ ଲକ୍ଷ ବ୍ୟୟରେ ଏକ କମ୍ୟୁନିଟି ହଲର ଶୁଭ ଉଦଘାଟନ କରିଥିଲେ ।  ସେଠାରୁ ଗ୍ରୀସିଙ୍ଗିଆ ଆସି ୨୦ ଲକ୍ଷ ବ୍ୟୟରେ ହେବାକୁ ଥିବା ପଞ୍ଚାୟତ ଅଫିସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତା ସହ ମାର୍କେଟ କମ୍ପ୍ଲେକ୍ସକୁ ୧୦ ଲକ୍ଷ, ବିଜୁ ଭବନକୁ ୧୦ ଲକ୍ଷ ଘୋଷଣା କରିଥିଲେ ।

ପରେ ହାତୀବାଲି ସାହି, ନୁଆଁ ସାହି ବଜାର ଦେଇ ୧ ନମ୍ବର ୱାର୍ଡରେ ଅନ୍ୟ ଏକ ସାଧାରଣ ସଭାରେ ଯୋଗଦେଇ ଥିଲେ। ଦେବସ୍ମିତା ଶତପଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ଭୋଟ ଭିକ୍ଷା କରିଥିଲେ। ସାଂସଦ ଡ. ସାମନ୍ତଙ୍କ ସହ କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜି ଉଦୟଗିରି ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ, ସ୍ୱତନ୍ତ୍ର ଉନ୍ନୟନ ଅଧକ୍ଷ ରୋଦନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।