Below header

ଭୁବନେଶ୍ୱରରେ ଧର୍ମଗୁରୁ ସ୍ୱାମୀ ଚିଦାନନ୍ଦ ସରସ୍ବତୀ, କିସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ

ଭୁବନେଶ୍ୱର ପହଂଚିଛନ୍ତି ଧର୍ମଗୁରୁ ଋଷିକେଶ 'ପରମାର୍ଥ ନିକେତନ ଆଶ୍ରମ'ର ପ୍ରତିଷ୍ଠାତା ସଭାପତି ସ୍ୱାମୀ ଚିଦାନନ୍ଦ ସରସ୍ବତୀ । ବିମାନବନ୍ଦରରେ ପହଂଚିବା ପରେ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ସ୍ଵାଗତ କରାଯାଇଥିଲା ।

ଭୁବନେଶ୍ୱର ପହଂଚିଛନ୍ତି ଧର୍ମଗୁରୁ ଋଷିକେଶ ‘ପରମାର୍ଥ ନିକେତନ ଆଶ୍ରମ’ର ପ୍ରତିଷ୍ଠାତା ସଭାପତି ସ୍ୱାମୀ ଚିଦାନନ୍ଦ ସରସ୍ବତୀ । ବିମାନବନ୍ଦରରେ ପହଂଚିବା ପରେ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ସ୍ଵାଗତ କରାଯାଇଥିଲା । କିସ ବିଶ୍ଵବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ସେ ଯୋଗ ଦେବେ । କିସ ବିଶ୍ଵବିଦ୍ୟାଳୟର ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକଟରେଟ ପ୍ରଦାନ କରାଯିବ।

ଆଜି ସନ୍ଧ୍ୟାରେ ସେ କିସ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଧର୍ମସଭାରେ ମଧ୍ୟ ଯୋଗଦେଇ ଆଶୀର୍ବଚନ ରଖିବେ। ଭୁବନେଶ୍ୱରରୁ ସେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଦର୍ଶନ କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରିଖିଛନ୍ତି । କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ବିଶ୍ଵର ଠାକୁର। ସେ ଜଗତର ଜଗନ୍ନାଥ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ବିଦ୍ୱାନ ବ୍ୟକ୍ତି ।

ସେ ମିଶନ ଶକ୍ତି ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିଛନ୍ତି । ଏଥିସହ ଏକ ଭାରତ, ଶ୍ରେଷ୍ଠ ଭାରତରେ ପରିଣତ ପାଇଁ ମହାପ୍ରଭୁଙ୍କ କରୁଣା ଭିକ୍ଷା କରିଛି । ଆସନ୍ତାକାଲି ସେ କିଟ୍ ଓ କିସ୍ ପରିଦର୍ଶନ କରିବା ସହ କିସ୍ ର ୪୦ ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଭେଟିବା ସହିତ ତାଙ୍କ ସହ ଆଲୋଚନା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.