ଚିନ୍ତା ବଢାଇଲା ଭିସୁଟ ରାଗିଂ ଭିଡିଓ, ଅଭିଭାବକ ମହଲରେ ଭୟର ବାତାବରଣ

ଭିସୁଟରେ ରାଗିଂର ଭିଡିଓ ଗତକାଲି ଭାଇରାଲ ହେବା ପରେ ଅଭିଭାବକ ମହଲରେ ଭୟର ବାତାବରଣ। କିଛି ଅଭିଭାବକ ଏବେ ପିଲାଙ୍କୁ ଶିକ୍ଷାନୁଷ୍ଠାନ ପଠାଇବାକୁ ମଧ୍ୟ ଚିନ୍ତା ପ୍ରକଟ କଲେଣି। ଗତକାଲି ଭାଇରାଲ ହୋଇଥିବା ଭିଡିଓକୁ ଦେଖି ଅଭିଭାବକମାନେ ଏତେ ମାତ୍ରାରେ ଭୟଭୀତ ହୋଇଗଲେଣି ଯେ, ସେମାନଙ୍କ ପିଲାଙ୍କ ଭବିଷ୍ୟତ କଣ ହେବ ସେନେଇ ଚିନ୍ତା ପ୍ରକଟ କଲେଣି। ସେପଟେ କୁଳପତିଙ୍କ ନିଷ୍ପତ୍ତିକୁ ମଧ୍ୟ ସ୍ୱାଗତ କରିଛନ୍ତି। ରାଗିଂ କରିଥିବା ଛାତ୍ରମାନଙ୍କୁ କଲେଜରୁ ବହିଷ୍କାର ଆବଶ୍ୟକ ବୋଲି ଯୁକ୍ତି ବାଢିଛନ୍ତି। କେବଳ ଛାତ୍ର ନୁହେଁ, ୱାର୍ଡେନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଯୁକ୍ତି ବାଢିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ହଷ୍ଟେଲ ସିକ୍ୟୁରିଟି ଗାର୍ଡଙ୍କୁ ନିଲମ୍ବନ କରିଛନ୍ତି। ଗତକାଲି ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି VSSUTରେ ର୍ୟାଗିଂ ଘଟଣାରେ ପ୍ରାଥମିକ ତଦନ୍ତ ପରେ ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ କୌଣସି ପରୀକ୍ଷା ଦେବାରୁ ବାରଣ କରାଯାଇଛି । ସେହିପରି ୫୨ ଛାତ୍ରଙ୍କ ଉପରେ ୨ ହଜାର .ଟଙ୍କା ଲେଖାଏ ଜରିମାନା ହୋଇଛି। ଗତ ରବିବାର ୟୁନିଭର୍ସିଟି ପରିସରରେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହଷ୍ଟେଲ୍ ସ୍ବାଗତ ଉତ୍ସବରେ ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ରାଗିଂ ସଂପର୍କିତ ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା ।