ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ, ରାଷ୍ଟ୍ରପତି ଭବନରୁ ଜାରି ହେଲା ସୂଚନା

ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ରଘୁବର ଦାସ । ପ୍ରଫେସର ଗଣେଶୀ ଲାଲଙ୍କ ଅବସର ପରେ ଦାୟିତ୍ବ ଗ୍ରହଣ କରିବେ

କେନ୍ୟୁଜ୍(ବ୍ୟୁରୋ): ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ । ରାଷ୍ଟ୍ରପତି ଭବନରୁ ଜାରି ହେଲା ସୂଚନା । ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ରଘୁବର ଦାସ । ତେବେ ନିକଟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ସରିଥିଲା। କିନ୍ତୁ କିଛି ମାସ ପାଇଁ ତାଙ୍କ କାର୍ଯ୍ୟକାଳ ସଂପ୍ରସାରଣ କରାଯାଇଥିଲା। ସୂଚନା ମିଳଛି କି ଏଇ ଦୁଇ ତିନି ଦିନ ମଧ୍ୟରେ ରାଜ୍ୟପାଳ ଭାବେ ରଘୁବର ଦାସ ଦାୟିତ୍ବ ନେଇପାରନ୍ତି।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ରଘୁବର ଦାସ । ୧୯୫୫ ମସିହା ମେ’ ୩ ତାରିଖରେ ଅବିଭକ୍ତ ବିହାର (ବର୍ତ୍ତମାନର ଝାଡ଼ଖଣ୍ଡ)ର ଜାମସେଦପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଝାଡ଼ଖଣ୍ଡର ୬ଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ୨୦୧୪ ଡିସେମ୍ବର ୨୮ ତାରିଖରେ ଶପଥ ନେଇଥିଲେ। ଝାଡ଼ଖଣ୍ଡ ବିଜେପିରେ ସେ ୨ ଥର ସଭାପତି ହୋଇଥିଲେ। ଏହା ପୂର୍ବରୁ ରଘୁବର ଦାସ ଟାଟା ଷ୍ଟିଲର ଜଣେ କର୍ମଚାରୀ ଥିଲେ। ସେ ବିଧାନସଭାକୁ ୫ଥର ନିର୍ବାଚିତ ହୋଇଥିଲେ। ଏତଦ୍‌ ବ୍ୟତୀତ ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.