କାକଟପୁର ମା’ମଙ୍ଗଳା ମନ୍ଦିରରେ ନବପତ୍ରିକା ପୂଜାର ଆଜି ତୃତୀୟ ଦିବସ, ରଘୁନାଥ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ

କାକଟପୁର(କେନ୍ୟୁଜ୍): ହିନ୍ଦୁ ଧର୍ମରେ ନାବରାତ୍ରୀର ବିଶେଷ ମହତ୍ୱ ରହିଥାଏ। ଏହି ୯ ଦିନରେ ମା’ ଦୁର୍ଗାଙ୍କ ୯ ସ୍ୱରୂପ ର ପୂଜା କରାଯାଇଥାଏ।ମାନ୍ୟତା ରହିଛି ଏହି ଦିନ ମା ପୃଥିବୀ ପୃଷ୍ଟକୁ ଆସି ଭକ୍ତଙ୍କ ଉପରେ କୃପା କରିଥାନ୍ତି। ଚଳିତ ବର୍ଷ ଗତ ୨୬ ତାରିଖ ଅଶ୍ବିନ ଶୁକ୍ଳପକ୍ଷ ଦିନଠୁ ମା’ଙ୍କ ନାବରାତ୍ର ପୂଜାରମ୍ଭ ହୋଇସାରିଛି। ବିଜୟାଦଶମୀ ଦିନ ନବରାତ୍ରୀ ସମାପ୍ତ ହେବ। ନବରାତ୍ରୀ ସମୟରେ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ୯ ଦିନ ପର୍ଯ୍ଯନ୍ତ ବ୍ରତ ରଖନ୍ତି ଏବଂ ମା’ ଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି। ଆଉ ଦେବୀ ମା’ଙ୍କ ଆଶୀର୍ବାଦ ଲାଭ କରିଥାନ୍ତି। କୁହାଯାଏ, ନବରାତ୍ରୀରେ ମା’ ପୃଥିବୀ ପୃଷ୍ଠକୁ ଆସି ଭକ୍ତର ସମସ୍ତ ଦୁଃଖ ଓ କଷ୍ଟ ଦୂର କରିଥାନ୍ତି। ଏହି ୯ ଦିନ ପର୍ଯ୍ଯନ୍ତ ମା’ଙ୍କର ଆରାଧନା କରାଯାଏ। ରାତିରେ ମା’ଙ୍କ ଜାଗରଣ କରାଯାଏ।ନବରାତ୍ରୀର ପ୍ରଥମ ଦିନରେ କଳସ ସ୍ଥାପନା ସହିତ ମା’ଙ୍କ ପୂଜା କରାଯାଏ। ଏହି ୯ ଦିନରେ ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ଅଲଗା ଅଲଗା ସ୍ବରୂପ ପୂଜା କରାଯାଏ। ପ୍ରତ୍ଯେକ ପୂଜାର ଅଲଗା ମହତ୍ତ୍ବ ରହିଥାଏ। ୯ ଦିନ ପର୍ଯ୍ଯନ୍ତ ବ୍ରତ ରଖିବା ଫଳରେ ମା’ ଭକ୍ତର ସବୁ ମନୋକାମନା ପୂର୍ଣ୍ଣ କରିଥାନ୍ତି ବୋଲି ବିଶ୍ବାସ ରହିଛି।

ଏହି ପରିପେକ୍ଷୀରେ ରାଜ୍ୟର ପ୍ରମୁଖ ଶକ୍ତିପୀଠ ଭାବରେ ପରିଚିତ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠରେ ଶାରଦୀୟ ପାର୍ବଣ ପୂଜାର ନବରାତ୍ର ବା ନବପତ୍ରିକା ପୂଜା ଆରମ୍ଭ ହୋଇସାରିଛି। ନବପତ୍ରିକା ପୂଜାର ଆଜି ହେଉଛି ତୃତୀୟ ଦିବସ। ଆଜି ମାଙ୍କୁ ପ୍ରାତଃ ସମୟରେ ସ୍ନାନ ମାର୍ଜନା କରାଯାଇ ସ୍ବତନ୍ତ୍ର ରୀତି ନୀତି ଅନୁଯାୟୀ ବନଦୂର୍ଗା ମନ୍ତ୍ରରେ ମା ମହାମାୟାଙ୍କୁ ଆବାହନ କରାଯାଇଥିଲା । ଏହାପରେ ଷୋଡଶ ଉପଚାରରେ ମାଙ୍କୁ ପୂଜାର୍ଚନା କରାଯାଇଥିଲା।

maaଆଜି ମାଙ୍କୁ ରଘୁନାଥ ବେଶ ବା ତିରକମାଣ ବେଶରେ ସୁସଜିତ କରାଯାଇଛି । ନବପତ୍ରିକା ପୂଜା ଆରମ୍ଭ ହେବା ପରେ ପ୍ରତେକ ଦିନ ବିଳମ୍ବିତ ରାତ୍ରିରେ ମା ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ବନଦୂର୍ଗାଙ୍କୁ ଏକ ବିମାନରେ ବସାଯାଇ ରତ୍ନଗିରି ବିଜେ କରାଯାଇଥାଏ। ରତ୍ନଗିରି ବିଜେ ସମୟରେ ବିଭିନ୍ନ ବିରବାଦ୍ୟ ବଜାଯାଇ ମା’ଙ୍କୁ ବିଜେ କରାଯାଇଥାଏ । ରତ୍ନଗିରି ବିଜେ ହେବା ପରେ ସେଠାରେ ଏକ ଜଗତି ପୂଜା କରାଯାଇଥାଏ। ଜଗତି ପୂଜା ହୋଇ ସାରିବା ପରେ ମାଙ୍କୁ ମନ୍ଦିରକୁ ଫେରାଇ ଅଣାଯାଇଥାଏ । ତେବେ ଆଜି ରଘୁନାଥ ବେଶ ବା ତିରକମାଣ ବେଶରେ ମା’ଙ୍କୁ ଦର୍ଶନ କରି ଭକ୍ତ ବେଶ୍ ଆନନ୍ଦ। ତେବେ ନାବରାତ୍ରୀର ପ୍ରଥମ ଦିନରେ ମା ମଙ୍ଗଳା ନାଲିକଲି ବେଶରେ ଦର୍ଶନ ଦେଇଥିବାବେଳେ,ଦ୍ବୀତୀୟ ଦିନରେ କଳାକଲି ବେଶରେ ଦର୍ଶନ ଦେଇଥିଲେ। ସେହିପରି ଆସନ୍ତାକାଲି ମା’ କାତିଖର୍ପର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ଜଗତଜନନୀ ମାଆ ହେଉଛନ୍ତି ସୃଷ୍ଟିର ଆଦିଶକ୍ତି । ମଙ୍ଗଳମୟୀ ମା’ ହେଉଛନ୍ତି ମଙ୍ଗଳ କାର୍ଯ୍ୟର ସ୍ୱରୁପୀଣି । ସକଳ ଇଚ୍ଛା ପୂରଣ କାରିଣୀ । ସମସ୍ତ ଜୀବ ଜଗତ ସେଇ ମା’ର ଚରଣରେ ସମର୍ପିତ । ତେବେ କାକଟପୁର ମା ମଙ୍ଗଳାଙ୍କ ନବପତ୍ରିକା ପୂଜାର ଆଜି ତୃତୀୟ ଦିନରେ ମାଙ୍କ ରଘୁନାଥ ବେଶ ବେଶ୍ ମନ ମୁଗ୍ଧକର। ଯାହାକୁ ଦର୍ଶନ କରିବାକୁ ଭକ୍ତ ବ୍ଯାକୁଳ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.