ଭାଙ୍ଗିପଡିଲେ ମହେଶ ବାବୁ, ସବୁଦିନ ପାଇଁ ହାତ ଛାଡିଚାଲିଗଲେ ମା ଇନ୍ଦିରା ଦେବୀ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ମହେଶ ବାବୁଙ୍କ ମା’ ଇନ୍ଦିରା ଦେବୀଙ୍କ ପରଲୋକ। ଗତ କିଛିଦିନ ହେଲାଣି ସେ ରୋଗରେ ପଡିଥିଲେ। ହାଇଦ୍ରାବାଦର ଏଆଇଜି ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। କିଛିଦିନ ଭେଣ୍ଟିଲେଟରରେ ରହିବା ପରେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ମହେଶ ବାବୁଙ୍କ ଫ୍ୟାନ୍ସ ତାଙ୍କ ମା’ଙ୍କ ନିଧନରେ ଦୁଃଖ ପ୍ରକାଶ କରିଛନ୍ତି।
ଇନ୍ଦିରା ଦେବୀଙ୍କର ଗୋଟିଏ ପୁଅ ଏବଂ ତିନି ଝିଅ ରହିଥିଲେ। ମହେଶ ବାବୁଙ୍କ ବଡ ଭାଇ ରମେଶ ବାବୁ ଏହିବର୍ଷ ବିୟୋଗ କରିଛନ୍ତି। ଇନ୍ଦିରା ଦେବୀ ସାଉଥ ସୁପରଷ୍ଟାର କୃଷ୍ଣାଙ୍କ ପତ୍ନୀ ଥିଲେ। କିନ୍ତୁ କୃଷ୍ଣା ଇନ୍ଦିରାଙ୍କୁ ଛାଡପତ୍ର ଦେବା ପରେ କୃଷ୍ଣା ବିଜୟାନିର୍ମଳାଙ୍କୁ ବିବାହ କରିଥିଲେ। ତା’ ପରେ ଇନ୍ଦିରା ଦେବୀ ଏକା ରହିବା ପାଇଁ ନିଷ୍ପତ୍ତି ନେଇଥିଲେ।
ମହେଶ ବାବୁଙ୍କ ମା’ ଇନ୍ଦିରା ଦେବୀଙ୍କର ଅନ୍ତିମ ସଂସ୍କାର ଆଜି କରାଯିବ। ରିପୋର୍ଟ ମୁତାବକ, ତାଙ୍କ ଅନ୍ତିମ ଦର୍ଶନ ପାଇଁ ପାର୍ଥିବ ଶରୀରକୁ ପଦ୍ମାଳୟା ଷ୍ଟୁଡିଓରେ ରଖାଯିବ। ଅନ୍ତିମ ସଂସ୍କାର ଦିନ ୧ଟାବେଳେ ପ୍ରସ୍ଥାନମରେ କରାଯିବ। ମହେଶ ବାବୁଙ୍କ ସଂପର୍କ ତାଙ୍କ ମା’ ଇନ୍ଦିରା ଦେବୀଙ୍କ ସହିତ ନିବିଡ ଥିଲା। ତାଙ୍କ ମୃତ୍ୟୁରେ ମହେଶ ବାବୁ ପୁରା ଭାଙ୍ଗିପଡିଛନ୍ତି।
Superstar @urstrulyMahesh garu’s mother Indira Devi garu passes away!
Deepest condolences to his family members. May her soul rest in peace. Om shanti. 🙏#RIPIndiraDeviGaru pic.twitter.com/YrxcjwRfeX
— YSR (@ysathishreddy) September 28, 2022
ଖବର ମୁତାବକ, ମହେଶ ବାବୁଙ୍କ ମା’ଙ୍କ ଅନ୍ତିମ ଦର୍ଶନ ପାଇଁ ପରିବାର ଏବଂ ବନ୍ଧୁବର୍ଗ ପହଞ୍ଚିଗଲେଣି। ତାଙ୍କ ନିଧନରେ ସତୀଶ ରେଡ୍ଡୀ ମଧ୍ୟ ଟ୍ଵିଟରରେ ଦୁଃଖ ପ୍ରକାଶ କରିଛନ୍ତି। ଦୁଃଖ ପ୍ରକାଶ କରି ଲେଖିଛନ୍ତି, ‘ସୁପରଷ୍ଟାର ମହେଶ ବାବୁଙ୍କ ମା’ ଇନ୍ଦିରା ଗୁରୁଙ୍କ ନିଧନ। ପରିବାର ସହିତ ମୋ ସମବେଦନା ରହିଛି। ଭଗବାନ ତାଙ୍କ ମା’ଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।
View this post on Instagram
Also Read : ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କଲେ ଘୋଷଣା