Below header

ନୟାଗଡ଼: ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ ସାମ୍ନାରୁ ଛାତ୍ରୀଙ୍କୁ ଅପହରଣ, ଉତ୍ୟେକ୍ତ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ନୟାଗଡ଼(କେନ୍ୟୁଜ୍):କଲେଜ ଆଗରୁ ଛାତ୍ରୀଙ୍କୁ କିଡନାପ୍‌।ଦୁଇ ଜଣ ଛାତ୍ରୀଙ୍କୁ ମହାବିଦ୍ୟାଳୟ ଆଗରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲାରୁ। ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ ସାମ୍ନାରୁ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଛାତ୍ରୀଙ୍କୁ ଉଦ୍ଧାର ଓ ଅପହରଣକାରୀଙ୍କୁ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଗଣିଆ-ଦଶପଲ୍ଲା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।

nayagarh 2

ସୂଚନା ଅନୁସାରେ ଗଣିଆ ଥାନା କୁମ୍ଭୀରଖଣି ଗ୍ରାମର ଜନୈକା ଛତ୍ରୀ ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟରେ ଯୁକ୍ତ ତିନି କଳା ବିଭାଗର ପଢନ୍ତି । ସବୁଦିନ ଭଳି ଆଜି ସେ ତାଙ୍କ ସାଙ୍ଗଙ୍କ ସହ ସାଇକେଲ ଯୋଗେ କଲେଜକୁ ଆସୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଏକ କାରରେ କିଛି ଯୁବକ ଆସି କଲେଜ ସାମ୍ନାରୁ ଛାତ୍ରୀଙ୍କୁ ଅପହରଣ କରି ନେଇଛନ୍ତି । ପରେ କଲେଜର ଛାତ୍ର ମାନେ ଦଶପଲ୍ଲା ଗଣିଆ ମୁଖ୍ୟ ରାସ୍ତା ଉପରେ ଅବରୋଧ କରି ଆନ୍ଦୋଳନ କରିଥିଲେ । ଘଟଣା ସ୍ଥଳରେ ଗଣିଆ ପୋଲିସ, ତହସିଲଦାର ପହଞ୍ଚି ଆନ୍ଦୋଳନରେ ବସିଥିବା ଛାତ୍ର ମାନଙ୍କ ସହ ଆଲୋଚନା କରିଥିଲେ ।

ନୟାଗଡ଼ ପୋଲିସ ପକ୍ଷରୁ ସବୁ ଥାନାକୁ ଖବର ଦିଆ ଯିବା ସହ ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଥିବା କଥା  କହିଛନ୍ତି ଖଣ୍ଡପଡା ଏସଡିପିଓ।  ତଦନ୍ତ କରି  ଅଭିଯୁକ୍ତଙ୍କୁ ଧରାଯିବ ବୋଲି SDPO ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଛାତ୍ର ମାନେ ଓହରିଥିଲେ । ଏବେ ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ଜନିତ ଅପହରଣ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.