Below header

ଦିଲ୍ଲୀରେ ୮ ଟଙ୍କା ଶସ୍ତା ହେଲା ପେଟ୍ରୋଲ, କେଜରିଓ୍ଵାଲ ସରକାରଙ୍କ ବଡ଼ ଘୋଷଣା

୮ ଟଙ୍କା ଶସ୍ତା ହେଲା ପେଟ୍ରୋଲ। ଦିଲ୍ଲୀର କେଜରିଓ୍ଵାଲ ସରକାର ଆଜି କ୍ୟାବିନେଟ୍‌ ବୈଠକରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜି ରାତି ଠାରୁ ଦିଲ୍ଲୀରେ ପେଟ୍ରୋଲର ଏହି ନୂଆ ଦାମ୍‌ ଲାଗୁ ହେବ। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀରେ ପେଟ୍ରୋଲ ଦାମ୍‌ରୁ ୧୯.୪୦ ପ୍ରତିଶତରୁ ୩୦ ପ୍ରତିଶତ ଭାଟ୍‌ କମ୍‌ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ପରେ ପେଟ୍ରୋଲର ଦାମ୍‌ ଲିଟର ପିଛା ୮ ଟଙ୍କା କମିଯିବ। ପେଟ୍ରୋଲ ଦାମ୍‌ କମିବାରୁ ଲୋକେ ଶାନ୍ତିରେ ନିଃଶ୍ୱାସ ମାରିଛନ୍ତି।

ଦିଲ୍ଲୀ ସରକାର ପେଟ୍ରୋଲ ଉପରୁ ବସ୍ତୁ ଓ ସେବା କର (Value Added Tax) କମ୍‌ କରିବା ପରେ ଏବେ ସେଠାରେ ପେଟ୍ରୋଲ ଲିଟର ପିଛା ୮ ଟଙ୍କା କମିଯିବ। ସୂଚନାଯୋଗ୍ୟ ଯେ ଦିଲ୍ଲୀରେ ବୁଧବାର ଦିନ ପେଟ୍ରୋଲ ଦାମ୍‌ ଲିଟର ପିଛା ୧୦୩.୯୭ ଟଙ୍କା ଓ ଡିଜେଲ ଲିଟରକୁ ୮୬.୬୭ ଟଙ୍କା ରହିଥିଲା। ଦାମ୍‌ କମିବା ପରେ ଏବେ ରାଜଧାନୀରେ ପେଟ୍ରୋଲ ଦର ଲିଟରକୁ ୯୫ ଟଙ୍କା ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.