ଲୁଙ୍ଗି ପିନ୍ଧି ସପିଙ୍ଗ ମଲରେ ଡ଼୍ୟାନ୍ସ କରୁଥିବାର ନଜର ଆସିଲେ ଉର୍ବଶୀ ରଉତାଲା

ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତାଲା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଥିବାର ଦେଖାଯାଏ । ଉର୍ବଶୀ ନିଜ ଫଟୋ ଓ ଭିଡିଓ ଗୁଡିକୁ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ପୋଷ୍ଟ କରନ୍ତି । ତାଙ୍କ ବୋଲ୍ଡ ଅନ୍ଦାଜର ସିନ ବିଭିନ୍ନ ପିକ୍ଚରରେ ଦେଖାଯାଏ । ଉର୍ବଶୀଙ୍କ ଗଲାମୋରସ ଲୁକ ଓ ସୌନ୍ଦର୍ଯ୍ୟ ପାଇଁ ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି । ତାଙ୍କ ଭିଡିଓ ଗୁଡିକ ମଧ୍ୟ ସୋସିଆଲ ମିଡିଆରେ ଭୟଙ୍କର ଭାବେ ଭାଇରଲ ହୋଇଥାଏ । ଆଉ ଏବେ ଉର୍ବଶୀ ଫ୍ୟାନ୍ସମାନଙ୍କ ପାଇଁ ଏକ ଭିଡିଓ ସେୟାର କରିଥିବା ବେଳେ ଭିଡିଓଟିରେ ସେ ଲୁଙ୍ଗି ପିନ୍ଧି ଡ଼୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ଉର୍ବଶୀଙ୍କ ସହିତ ଆଉ ଦୁଇ ଜଣ ଝିଅ ବି ନାଚ କରୁଥିବାର ଦେଖାଦେଇଛନ୍ତି । ଭିଡିଓଟିର ପ୍ରଥମ ଭାଗରେ ଆପଣ ଦେଖିପାରିବେ ଡାହାଣ ହାତରେ ଉର୍ବଶୀ ଏକ କୋଲଡ୍ରିଙ୍କସ ଗ୍ଲାସ ଧରିଥିବା ବେଳେ ମଲରେ ସପିଙ୍ଗ କରୁଥିବା ଦେଖାଦେଇଛନ୍ତି । ଏଥିରେ ସବୁଠୁ ଖାସ କଥା ହେଉଛି ଏହି ଭିଡିଓରେ ଉର୍ବଶୀ ଏକ ଲୁଙ୍ଗି ପିନ୍ଧିଛନ୍ତି । ଭିଡିଓଟିକୁ ଦେଖି ଫ୍ୟାନ୍ସ ମାନେ ଆଚମ୍ବିତ ହୋଇଯାଇଥିବା ଜଣାଯାଇଛି । ଉର୍ବଶୀଙ୍କ ଏହି ଅନୋଖା ଅନ୍ଦାଜକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି | ଫ୍ୟାନ୍ସ ମାନେ ବି ଅନେକ କମେଣ୍ଟ କରିଥିବା ଲକ୍ଷ କରାଯାଇଛି ।

ଉର୍ବଶୀ ତାଙ୍କ ଲୁଙ୍ଗିକୁ ଭାଙ୍ଗି ଏକ ସ୍କଟ ଆକାରର କରିଦେଇଛନ୍ତି । ଆଉ ଅଂଟାରେ ଏକ ପଥର ଖଚିତ ବେଲ୍ଟ ବି ପିନ୍ଧିଛନ୍ତି । ଆଉ ଉପରେ ଏକ ନୀଳ ରଙ୍ଗର କ୍ରପ ଟପ ପିନ୍ଧିଛନ୍ତି । ଭିଡିଓ ଟିର କ୍ୟାପ୍ସନ ସେ ଲେଖିଛନ୍ତିକି ଲୁଙ୍ଗି ଭେକେସନ, ଏହି ସାଇଜର ଲୁଙ୍ଗି ସମସ୍ତଙ୍କୁ ଫିଟ ହୋଇଯିବ । ଏହି ଭିଡିଓରେ ଉର୍ବଶୀଙ୍କୁ ଅନେକ ଶୁଭେଚ୍ଛା ଦେବା ସହ ଅନେକ ହାର୍ଟ ଇମୋଜୀ ମଧ୍ୟ ପୋଷ୍ଟ କରିଛନ୍ତି । ଯେବେକି ଜଣେ ପଚାରିଛନ୍ତି ଭାଇ ଆପଣଙ୍କ ସହିତ କଣ ଘଟିଛି ? ଯେବେକି ଅନ୍ୟ ଜଣେ ଉତ୍ତରରେ ଲେଖିଛନ୍ତିକି କରୋନା ହୋଇଛି ? ଏହି ଭିଡିଓଟିକୁ ଏଭିତରେ ୨ ଲକ୍ଷ ୨୩ ହଜାରରୁ ଅଧିକ ଲୋକ ଲାଇକ କରିସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.