ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି , ଜୟପୁରରେ କରିବେ ସାଧାରଣ ସଭା

ଜୟପୁର(କେନ୍ୟୁଜ୍) : ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଜୟପୁରରେ ସାଧାରଣ ସଭାରେ ଯୋଗ ଦେବେ । ମହିଳା ଓ ଚାଷୀଙ୍କୁ ଭେଟିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦିନ ୧୧ଟା ୧୫ ମିନିଟରେ ଜୟପୁରରେ ପହଞ୍ଚି ଡଙ୍ଗାଗୂଡାରେ ମହିଳାଙ୍କ ସହ ଆଲୋଚନା କରିବେ । ଏହା ପରେ ଜୟପୁର ଏକମ୍ଭାରେ ଜନସମବେଶରେ ଯୋଗ ଦେବେ ରାହୁଲ । ଜାନୁଆରୀରେ ଭୁବନେଶ୍ୱର ଆସି ମୋଦି-ନବୀନଙ୍କ ଭିତରି ସମ୍ପର୍କ ନେଇ ଅଭିଯୋଗ କରିଥିଲେ । ତମାଣ୍ଡ ସଭାରେ କହିଲେ ସରକାରକୁ ଆସିଲେ ୧୦ ଦିନ ଭିତରେ ଛାଡ଼ ହେବ କୃଷି ଋଣ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସପିକୁ ୨୬ ଶହ ଟଙ୍କା କରାଯିବ । ଫେବ୍ରୁଆରୀ ମାସରେ ଭବାନୀପାଟଣା ଓ ରାଉରକେଲା ଯାଇ ମୋଦି ଓ ନବୀନଙ୍କ ଟାର୍ଗେଟ୍‌ କରିଥିଲେ । ରାଫେଲ କଥା ଉଠାଇ କୃଷି ଋଣ ଛାଡ଼ କଥା ଦୋହରାଇଥିଲେ । ଏଥର ରାହୁଲ କଣ କହିବେ, ତା ଉପରେ ସମସ୍ତଙ୍କ ନଜର ରହିଛି । ଆନ୍ତର୍ଜାତିକ ମହିଳା ଦିବସରେ ମହିଳା ପ୍ରସଙ୍ଗ ଉଠିବା ସମ୍ଭାବନା ଅଧିକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.