ରାଜଧାନୀର ୭ଟି ଡ୍ୟାନ୍ସ ବାର୍‌ରେ ଅବକାରୀ ବିଭାଗର ଅତର୍କିତ ଚଢ଼ାଉ: ୩ଟି ସିଲ୍‌, ବାକିଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ବର(କେନ୍ଯୁଜ୍):ରାଜଧାନୀର ୭ଟି ଡ୍ୟାନ୍ସ ବାର୍‌ରେ ଅବକାରୀ ବିଭାଗର ଅତର୍କିତ ଚଢ଼ାଉ । କୋଭିଡ ଗାଇଡ୍‌ ଲାଇନ ଉଲଂଘନ ଅଭିଯୋଗରେ ୩ଟି ବାର୍‌ ସିଲ୍‌ । କଟକ ରୋଡ୍‌ରେ ଥିବା ଏକାମ୍ର, ନସା, ଲିବଟକ୍‌ ବାର ସିଲ ହୋଇଛି । ବାକି ୪ଟି ବାର୍‌କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଅଜିତ, ଏମ୍ବାସି ବାରକୁ କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ କାରଣ ଦର୍ଶାଅ ନୋଟିସ ହୋଇଛି । ବାକି ଦୁଇଟି ଅଶୋକା ଓ ସେଲ୍ଫି ବାର କୋଭିଡ ନିୟମ ଓ ଅବକାରୀ ନିୟମ ଉଲଙ୍ଘନ ଅଭିଯୋଗରେ କାରଣ ଦର୍ଶାଅ ନୋଟିସ ହୋଇଛି ।

ଭୁବନେଶ୍ବର ପାତ୍ରପଡ଼ା ସାଉଥସିଟି ହୋଟେଲରୁ ମିଳିଥିଲା ଗଦାଏ ଟଙ୍କା:

ହୋଟେଲ ଭିତରୁ  ଜବତ ହୋଇଥିଲା ବିଡ଼ା ବିଡ଼ା ନୋଟ। ସୂଚନା ଥାଉକି, ଭୁବନେଶ୍ବର ପାତ୍ରପଡ଼ା ସାଉଥସିଟି ହୋଟେଲରୁ ମିଳିଥିଲା ଗଦାଏ ଟଙ୍କା। ଯେଉଁଠାରେ ବାରଗର୍ଲମାନେ ଡ୍ୟାନ୍ସ କରୁଥିଲେ ସେଠାରେ  ବିଡ଼ା ବିଡ଼ା ୧୦ ଟଙ୍କିଆ ୫୦ ଟଙ୍କିଆ ନୋଟ ଗଦା ହୋଇ ପଡିରହିଥିଲା । ମନୀଷ ହତ୍ୟାକାଣ୍ଡରେ ହୋଟେଲଟି ସିଲ୍ ହୋଇ ରହିଥିଲା।  ଯାହା ଫଳରେ ସେହି ନୋଟ ଗୁଡ଼ିକ ସେହିଭଳି ପଡି ରହିଥିଲା। କିଛି ଦିନ ତଳେ ହୋଟେଲ ଖୋଲି ଏହି  ନୋଟ ଗୁଡ଼ିକୁ  ଜବତ କରିଥିଲା କମିଶନରେଟ ପୋଲିସ। ତେବେ ଏହି ନୋଟ ଗୁଡ଼ିକ ଅସଲି କି ନକଲି ତାହା ଜଣା ପଡିନାହିଁ।

ଅନ୍ୟପଟେ ପାତ୍ରପଡ଼ା ସାଉଥ ସିଟି ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରାଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଥିଲା। କୋଭିଡ କର୍ଫ୍ୟୁ ଉଲ୍ଲଂଘନ କରି ବିଳମ୍ବିତ ରାତି ଯାଏ ହୋଟେଲ ସାଉଥ ସିଟି ଚାଲିଥିବା ଅଭିଯୋଗ ହୋଇଥିଲା । ଏହି ବାରର୍‌ ଲାଇନସେନସ ଅବଧି ଗତ ସେପ୍ଚମ୍ବରରୁ ସରିଥିଲା । ତଥାପି ଏହା ଚାଲିଥିଲା । ପୋଲିସ୍ ଆଖିରେ ଧୂଳି ଦେଇ କୋଭିଡ କଟକଣାକୁ ଉଲ୍ଲଂଘନ କରି ପ୍ରତିଦିନ  ବିଳମ୍ବିତ ରାତି ଯାଏ ଏହି ବାର୍‌ରେ ଚାଲୁଥିଲା ନୃତ୍ୟଗୀତର ଆସର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.