ବାଲେଶ୍ଵର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଆଳୁ ଗୋଦାମ ଉପରେ ଚଢାଉ

ବାଲେଶ୍ଵର(କେନ୍ୟୁଜ): ବାଲେଶ୍ଵରରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଆଳୁ ଗୋଦାମ ଉପରେ ଚଢାଉ । ବାଲେଶ୍ଵର ସହର ନୂଆଁ ବଜାର ସମେତ ବିଭିନ୍ନ ସ୍ଥାନରେ ଆଳୁ ଗୋଦାମ ଉପରେ ଏହି ଚଢ଼ାଉ କରାଯାଇଥିଲା । ସାମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ କଳାବଜାରୀଙ୍କ ଉପରେ ରୋକ ଲଗାଇବା ପାଇଁ ଏବଂ ବଜାରରେ ବର୍ଦ୍ଧିତ ଦରଦାମର ନିୟନ୍ତ୍ରଣ ପାଇଁ ଆଜି ଏହି ଚଢ଼ାଉ କରଯାଇଥିଲା ।

ଗତକାଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ବାଲେଶ୍ଵର ଗସ୍ତରେ ଆସି ନିର୍ଦ୍ଦେଶ ଦେଇଥିଲେ । ଆଜି ବିଭିନ୍ନ ଆଳୁ ଗୋଦାମରେ ଚଢାଉ ବେଳେ ଆଳୁ ପିଆଜର ସଠିକ୍ ଦର୍ ଦାମ ବୋର୍ଡରେ ଉଲ୍ଲେଖ କରିବା ସହ ଗୋଦାମ ମାଲିକ ମାନେ ଖୁଚୁରା ଦୋକାନୀଙ୍କୁ ବିଲ ଦେବା ପାଇଁ ତାଗିଦ୍ କରିଥିଲେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.