ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳରୋକ ସହ ୧୨ ଘଣ୍ଟିଆ ବାମରା ବନ୍ଦ ଡାକରା

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ବାମରାରେ ପୂର୍ବରୁ ଅଟକୁ ଥିବା ରାଜେନ୍ଦ୍ରନଗର-ଦୁର୍ଗ-ସାଉଥବିହାର, ରାଉରକେଲା- ଭୁବନେଶ୍ୱର ଇଣ୍ଟରସିଟି ଓ ହାୱାଡା-ଅହମଦାବାଦ ଏକ୍ସପ୍ରେସ ଟ୍ରେନର ରହଣି ପ୍ରତ୍ୟାହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବାମରା ବନ୍ଦ ଡାକରା ସହ ରେଳରୋକ କରାଯାଇଛି। ଏହି ୩ଟି ଏକ୍ସପ୍ରେସ ଟ୍ରେନର ରହଣି ଦାବିରେ ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ରେଳରୋକ ଆରମ୍ଭ କରାଯାଇଛି।

rail rokମିଳିଥିବା ସୂଚନା ମୁତାବକ, ଗତକାଲି ଉପଜିଲ୍ଲାପାଳ ଓ ଏସଡିପିଓଙ୍କ ସହିତ ରେଲ ବିଭାଗ ଅଧିକାରୀ କ୍ରିୟାନୁଷ୍ଠାନ କମିଟିର ଆଲୋଚନା ହୋଇଥିଲା। ଯେଉଁଥିପାଇଁ କୌଣସି ନିଷ୍କର୍ସ ବାହାରି ପାରିନଥିଲା। କ୍ରିୟାନୁଷ୍ଠାନ କମିଟି ରେଳ ରହଣୀ ପାଇଁ ଅଡି ବସିଥିଲା। ତେବେ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହାଇଥିବା ରେଳ ରୋକ୍ ଫଳରେ ବହୁ ଟ୍ରେନ୍‌ ଅଟକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.