ବିରଜା କ୍ଷେତ୍ର ଯାଜପୁରକୁ ରେଳ ସଂଯୋଗ ସ୍ୱପ୍ନ ହେବକି ପୂରଣ ? କେନ୍ଦ୍ରମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

ଯାଜପୁର ଟାଉନ୍ (କେ ନ୍ୟୁଜ୍‌) : ଯାଜପୁର ସଦରମହକୂମା ତଥା ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠକୁ ଦୀର୍ଘ ଦିନ ଧରି ରେଳ ସଂଯୋଗ ଲାଗି ଦାବି ହୋଇ ଆସୁଛି । ତେବେ ଏହି ପ୍ରକଳ୍ପ ବାସ୍ତବରେ ପରିଣତ ହେବା ନେଇ ବର୍ତ୍ତମାନ ଆଶା ସଂଚାର ହୋଇଛି । ନିକଟରେ ବିଜେପିର ଜନସମ୍ବାଦ ରାଲିରେ ଯାଜପୁର ଜିଲା ବିଜେପି ସଭାପତି ଗୌତମ ରାୟ ଯାଜପୁରକୁ ରେଳ ସଂଯୋଗ କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଦାବି କରିଥିଲେ ।

ଏହି ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ସର୍ଭେ କାମ ସରିଛି ଏବଂ ପ୍ରକଳ୍ପ କାର‌୍ୟ୍ୟକାରୀ ହେଲେ ବିରଜା କ୍ଷେତ୍ର ଓ ଭଦ୍ରକ ଜିଲାର ଆରଡ଼ି ଆଖଣ୍ଡଳମଣି ଦେଇ ଧାମରା ପର‌୍ୟ୍ୟନ୍ତ ରେଳ ଲାଇନ୍ ଯିବାକୁ ସ୍ଥିର ହୋଇଛି । ଏହା ହେଲେ ଯାଜପୁର ଜିଲାବାସୀଙ୍କ ଶତାବ୍ଦୀର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ଗୌତମ କହିଛନ୍ତି । ସେପଟେ ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଜପୁର ଜିଲାବାସୀଙ୍କ ଆଶାକୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ପୂର୍ବରୁ ଅନେକ ଥର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏହି ପ୍ରକଳ୍ପ ଆଗକୁ ବଢ଼ି ପାରିନାହିଁ । ଏଥର ଦେଖିବାର କଥା ଏହାକୁ ଜୀବନ୍ୟାସ ମିଳୁଛି କି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.