Below header

କେମିତି ଘଟିଲା ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା? ରେଳବାଇ ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା

ରେଳବାଇ ସୂଚନା ଲୋକସଂପର୍କ ବିଭାଗର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅମିତାଭ ଶର୍ମା କହିଛନ୍ତି ସଂଧ୍ୟା ପ୍ରାୟ ୭ଟା ବେଳେ ହାଓଡାରୁ ଚେନ୍ନାଇ ଯାଉଥିବା ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ ବାହାନଗା ଠାରେ ଲାଇନଚ୍ୟୁତ ହୋଇଥିଲା।

କେନ୍ୟୁଜ୍(ବ୍ୟୁରୋ): କେମିତି ଘଟିଲା ବାହାନଗାରେ ଭୟଙ୍କର ଦୁର୍ଘଟଣା। ରେଳବାଇ ସୂଚନା ଲୋକସଂପର୍କ ବିଭାଗର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅମିତାଭ ଶର୍ମା କହିଛନ୍ତି ସଂଧ୍ୟା ପ୍ରାୟ ୭ଟା ବେଳେ ହାଓଡାରୁ ଚେନ୍ନାଇ ଯାଉଥିବା ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ ବାହାନଗା ଠାରେ ଲାଇନଚ୍ୟୁତ ହୋଇଥିଲା।

କରମଣ୍ଡଳର ପ୍ରାୟ ୧୨ଟି ବଗି ଟ୍ରାକରୁ ଖସି ବିପରୀତ ଦିଗରେ ଥିବା ଟ୍ରାକରେ ପଡ଼ିଥିଲା। କିଛି ସମୟ ପରେ ୟଶବନ୍ତପୁରରୁ ହାଓଡା ଯାଉଥିବା ୧୨୮୬୪ ଟ୍ରେନ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳକୁ ଧକ୍କା ଦେଇଥିଲା। ଏଥିରେ ୟଶବନ୍ତପୁରରୁ ହାଓଡା ଏକ୍ସପ୍ରେସର ୩ରୁ ୪ଟି ବଗି ଧକ୍କା ହେବା ପରେ ଲାଇନଚ୍ୟୁତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.