୨୪ ପାଇଁ ବିଜେପିର ସମରସଜ୍ଜା, ୧୭ରେ ଓଡ଼ିଶା ଆସିବେ ଶାହ, ୨୨ରେ ନଡ୍ଡା

ଓଡ଼ିଶାରେ ବିଜେପିର ମହାଜନସମ୍ପର୍କ ଅଭିଯାନ। ଆସନ୍ତା ୧୭ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ୨୨ ତାରିଖରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଆସିବା ନେଇ କାର୍ଯ୍ୟକ୍ରମ ଘୋଷଣା ହେବ। ଜୁନ ୩୦ ଯାଏ ବିଜେପିର ମହାଜନସମ୍ପର୍କ ଅଭିଯାନ ଚାଲିବ। ଏ ସମୟରେ ୪ଟି ମହାସମାବେଶ ହେବ।

ନୂଆଦିଲ୍ଲୀ :  ଓଡ଼ିଶାରେ ବିଜେପିର ମହାଜନସମ୍ପର୍କ ଅଭିଯାନ। ଆସନ୍ତା ୧୭ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ୨୨ ତାରିଖରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଆସିବା ନେଇ କାର୍ଯ୍ୟକ୍ରମ ଘୋଷଣା ହେବ। ଜୁନ ୩୦ ଯାଏ ବିଜେପିର ମହାଜନସମ୍ପର୍କ ଅଭିଯାନ ଚାଲିବ। ଏ ସମୟରେ ୪ଟି ମହାସମାବେଶ ହେବ।

ବିଜେପି ୨୪ ପାଇଁ ଆରମ୍ଭ କରି ଦେଇଛି ସମରସଜ୍ଜା। ୨୧ ସଂସଦୀୟ କ୍ଷେତ୍ରକୁ କ୍ଲଷ୍ଟରରେ ଭାଗ କରିଛି ଦଳ। ପ୍ରତି କ୍ଲଷ୍ଟରରେ ଦୁଇ କେନ୍ଦ୍ରୀୟ ନେତୃତ୍ୱ ୨ ଦିନ ଲେଖାଏ ସମୟ ଦେବେ। ୬ ତାରିଖରୁ ଆରମ୍ଭ ହେବ ଅଭିଯାନ। ନବୀନ ସରକାର ଉପରେ କଣ ରଖିବେ ମନ୍ତବ୍ୟ ରହିବ ନଜର ।  ବିଜେଡି କହିଲା, କିଛି ବି ପ୍ରଭାବ ପଡ଼ିବନି ।

ଦେଶରେ ବିଜେପି ବିରୋଧୀ ଦଳ ମହାମେଣ୍ଟ ପାଇଁ ଉଦ୍ୟମ କରୁଛନ୍ତିି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଡାକରାରେ ଜୁନ ୧୨ରେ ବିହାରରେ ଏକାଠି ହେବେ। ଯୋଗ ଦେବେ ପ୍ରାୟ ୧୨ଟି ଦଳ। ବୈଠକରେ ଏନସିପି ମୁଖ୍ୟ ଶରତ ପାୱାର, ଶିବସେନା ଉଦ୍ଧବ ଗୋଷ୍ଠୀର ମୁଖ୍ୟ ଉଦ୍ଧବ ଠାକରେ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

କଂଗ୍ରେସ ମଧ୍ୟ ବୈଠକରେ ଯୋଗ ଦେବ। ସେହି ବୈଠକର କିଛି ଦିନ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ। ତେଣୁ ବିଜେପିର ଶୀର୍ଷ ନେତୃତ୍ୱ ଓଡ଼ିଶାରେ କଣ କହିବେ ତା ଉପରେ ସମସ୍ତଙ୍କ ନଜର ରହିଛି। ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା କରୁଛି ବିଜେଡି।

ବିଜେପି ବିରୋଧୀ ଦଳଙ୍କ ମହାମେଣ୍ଟ ବୈଠକରେ ବିଜେଡିର ଯୋଗଦାନର ସମ୍ଭାବନା ନାହିଁ। ଏଭଳି ସ୍ଥିତିରେ ବିଜେଡି ଓ ନବୀନଙ୍କ ପ୍ରତି ଶାହା-ନଡ୍ଡା ତାଙ୍କ ଗସ୍ତରେ କଣ ମନ୍ତବ୍ୟ ରଖିବେ ତା ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡି କହିଛି, କେନ୍ଦ୍ରୀୟ ନେତୃତ୍ୱଙ୍କ ଓଡ଼ିଶା ଗସ୍ତ ତାଙ୍କ ଦଳର କାର୍ଯ୍ୟକ୍ରମ। ବିଜେଡି ଉପରେ ଶାହା-ନଡାଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.