ମହାମେଣ୍ଟକୁ ନେଇ ଆମେରିକାରୁ ରାହୁଲଙ୍କ ବଡ଼ ବୟାନ, ୨୦୨୪ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିବ

ମହାମେଣ୍ଟ ଚର୍ଚ୍ଚା ଭିତରେ ଆମେରିକାରୁ ରାହୁଲଙ୍କ ଭବିଷ୍ୟବାଣୀ । ଲୋକଙ୍କୁ ଚକିତ କରିବ ୨୦୨୪ରେ ନିର୍ବାଚନ ରେଜଲ୍ଟ ।  ବିଜେପିକୁ ହରାଇବ ବିରୋଧୀ ମେଣ୍ଟ । ବିଜେପିର ଜବାବ, ବିଦେଶ ମାଟିରୁ ଦେଶକୁ ଅପମାନିତ କରିବାକୁ ଲୋକେ ଗ୍ରହଣ କରିବେନି ବୋଲି କହିଲା ବିଜେପି ।

ନୂଆଦିଲ୍ଲୀ : ମହାମେଣ୍ଟ ଚର୍ଚ୍ଚା ଭିତରେ ଆମେରିକାରୁ ରାହୁଲଙ୍କ ଭବିଷ୍ୟବାଣୀ । ଲୋକଙ୍କୁ ଚକିତ କରିବ ୨୦୨୪ରେ ନିର୍ବାଚନ ରେଜଲ୍ଟ ।  ବିଜେପିକୁ ହରାଇବ ବିରୋଧୀ ମେଣ୍ଟ । ବିଜେପିର ଜବାବ, ବିଦେଶ ମାଟିରୁ ଦେଶକୁ ଅପମାନିତ କରିବାକୁ ଲୋକେ ଗ୍ରହଣ କରିବେନି ବୋଲି କହିଲା ବିଜେପି ।

ମହାମେଣ୍ଟ ଚର୍ଚ୍ଚା ଭିତରେ ରାହୁଲଙ୍କ ବଡ଼ ବୟାନ। ୨୦୨୪ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିବ। ବିଦେଶରୁ ବିଜେପିକୁ ଟାର୍ଗେଟ କରୁଥିବା ରାହୁଲ ଆଜି ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ରାହୁଲ କହିଛନ୍ତି, ସବୁ ବିରୋଧୀ ଦଳ ଚମତ୍କାର ଭାବେ ଏକଜୁଟ ହେଉଛନ୍ତି। ବିରୋଧୀଙ୍କ ଏକତା ବଢ଼ୁଛି। ଆମେ ସବୁ ବିରୋଧୀ ଦଳଙ୍କ ସହ ଆଲୋଚନା କରୁଛୁ। ବହୁତ ଭଲ କାମ ଚାଲିଛି।

କିଛି ସ୍ଥାନରେ ବିରୋଧୀଙ୍କ ସହ ଆମେ ଲଢ଼ୁଛୁ। ସେଠାରେ କିଛି ଦେବା ଆଉ କିଛି ନେବାର ଆବଶ୍ୟକତା ରହିଛି। ଏହା ସମ୍ଭବ ହେବ। ଆସନ୍ତା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ଏହାର ଗଣିତ ଦେଖିବାକୁ କହିଛନ୍ତି ରାହୁଲ । ୨୦୨୪ରେ ବିରୋଧୀ ମେଣ୍ଟ ବିଜେପିକୁ ପରାସ୍ତ କରିବ । ନିର୍ବାଚନର ଫଳାଫଳ ଲୋକଙ୍କୁ ଚକିତ କରିବ। ଓ୍ଵାସିଂଟନ ଡିସିରେ ବିରୋଧୀଙ୍କ ଏକତାକୁ ନେଇ ପ୍ରଶ୍ନରେ ରାହୁଲ ଏଭଳି ବୟାନ ଦେଇଛନ୍ତି। ରାହୁଲଙ୍କୁ ସମର୍ଥନ କରିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀର ବରିଷ୍ଠ ନେତା ସଂଜୟ ରାଉତ ।

କର୍ଣ୍ଣାଟକ ନିର୍ବାଚନରେ ବଡ଼ ବିଜୟ ପରେ କଂଗ୍ରେସ ସକ୍ରିୟ ହୋଇ ଉଠିଛି। କଂଗ୍ରେସ ପ୍ରତି ବିରୋଧୀଙ୍କ ଦୃଷ୍ଟିଭଙ୍ଗୀ ମଧ୍ୟ ବଦଳିଛି। ଆସନ୍ତା ୧୨ ତାରିଖରେ ବିହାର ପାଟନାରେ ୨୦୨୪ ନିର୍ବାଚନ ପାଇଁ ବିରୋଧୀଙ୍କ ମହାମେଳି ହେବାକୁ ଯାଉଛି। ତା ପୂର୍ବରୁ ମେଣ୍ଟକୁ ନେଇ ଆମେରିକାରୁ ମନ୍ତବ୍ୟ ରଖିଛନ୍ତି ରାହୁଲ। ଏଥିସହ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ଦୁରୁପଯୋଗ ନେଇ ଚିରାଚରିତ ଢଙ୍ଗରେ ବିଜେପି ସରକାରକୁ ସମାଲୋଚନା କରିଛନ୍ତି। ଯାହାର କଡ଼ା ଜବାବ ରଖିଛି ବିଜେପି। ବିଦେଶ ମାଟିରୁ ଦେଶକୁ ଅପମାନିତ କରିବାକୁ ଲୋକେ ଗ୍ରହଣ କରିବେ ନାହିଁ। ଦେଶକୁ ଅପମାନିତ କରିଥିବାରୁ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଶାସକ ଦଳ।

କେରଳରେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ ସହ ମେଣ୍ଟ ନେଇ ଓ୍ଵାସିଂଟନ୍‌ ଡିସିରେ ରାହୁଲଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ। ଉତ୍ତରରେ ମୁସଲିମ ଲିଗ୍‌କୁ ସଂପୂର୍ଣ୍ଣ ଧର୍ମନିରପେକ୍ଷ ଦଳ କହିଥିଲେ ରାହୁଲ । ଯାହାକୁ କଡ଼ା ସମାଲୋଚନା କରିଛି ବିଜେପି। ମୁସଲିମ ଲିଗକୁ ଧର୍ମ ନିରପେକ୍ଷ କହିବା ଭୟଙ୍କର ମାନସିକତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.