ଆଜି ଶୀତ ତ କାଲି କୋହଲା ପାଗ, ପୁଣି ବଦଳିବ ପାଣିପାଗର ମିଜାଜ୍‌

ଭୁବନେଶ୍ୱର : ଏବେ ପାଣିପାଗ ଉପରେ ଆଦୌ ଭରସା ନାହିଁ । ଆଜି ଶୀତ ତ କାଲି ବର୍ଷା କି କୋହଲା ପାଗ । ଏମିତିରେ ବର୍ଷା ପରେ ଏବେ ଶୀତ ଘାରିଛି । ତେବେ ଆସନ୍ତା ୨୧ କି ୨୨ ତାରିଖରୁ ଦେଶର ଅନେକ ସ୍ଥାନରେ ବର୍ଷା ହେବ ଏବଂ ଆଉ କିଛି ସ୍ଥାନରେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଦେଖିବାକୁ ମିଳିବ ।

ଗତ କିଛି ଦିନ ହେବ େଓ୍ଵଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ବା ପଶ୍ଚିମା ଝଡ଼ ପୁଣି ଭାରତକୁ ହଇରାଣ କରିବ । ଏହାର ପ୍ରଭାବରେ ଆଗମୀ ୨୧ରୁ ୨୩ ତାରିଖ ମଧ୍ୟରେ ଦେଶର ଉତ୍ତର ଭାଗ ଯଥା ଦିଲ୍ଲୀ, ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶର କିଛି ସ୍ଥାନ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା ଆଦି ଅଞ୍ଚଳରେ ବର୍ଷା ହେବ । ବିଶେଷ କରି ୨୨ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ମାରିବ । କେତେ ଅଞ୍ଚଳରେ ତୁଷାରପାତ ମଧ୍ୟ ହେବ ।

ସେହି ସମୟରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଆଦି ଅଞ୍ଚଳରେ ଭୀଷଣ କୁହୁଡ଼ି ପଡ଼ିବ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ଆଇଏମ୍‌ଡି ଆକଳନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.