ମୌସୁମୀ କରିଛି ମେଘୁଆ ପାଗ, ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ । ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ପୂର୍ବ ଝାଡ଼ଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା । ଆସନ୍ତା ୨୭ ତାରିଖ ଯାଏ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୪ ଘଣ୍ଟା ପାଇଁ ନବରଙ୍ଗପୁର,କଳାହାଣ୍ଠି, କନ୍ଧମାଳ, ରାୟଗଡ଼ା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ସମେତ ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଜୁନ୍‌ ୧ରୁ ୨୩ ତାରିଖ ଭିତରେ ୯୨ ମିଲିମିଟର ବର୍ଷା ରେକର୍ଡ କରାହୋଇଛି । ଯାହାକି ସ୍ୱାଭାବିକ ଠାରୁ ୩୭ ପ୍ରତିଶତ କମ୍‌ ବର୍ଷା । ଭଦ୍ରକ,ବାଲେଶ୍ୱର, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାରେ ୬୦ ପ୍ରତିଶତ ଠାରୁ ନିଅଣ୍ଟିଆ ବର୍ଷା ହୋଇଛି । ମାସ ଶେଷ ସୁଦ୍ଧା ନିଅଣ୍ଟିଆ ବର୍ଷା ଭରଣା ନେଇ ଆଶା ରହିଛି ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.